ଭାଲେଣ୍ଟାଇନ୍‌ ସପ୍ତାହ ରେ ଭଦ୍ରକର ନାଗ ନାଗୁଣୀଙ୍କ ପ୍ରେମ, ସୋସିଆଲ ମିଡିଆରେ ହେଲା ଭାଇରଲ

ଆରମ୍ଭ ହେଇସାରିଛି ପ୍ରେମ ସପ୍ତାହ I ରୋଜ୍‌ ଡେ’ରୁ ଗୋଲାପ ର ଦିଆନିଆ ରୁ ସୁଦୃଢ ହୁଏ ପ୍ରେମ I ପ୍ରେମ ସତ୍ୟ ପ୍ରେମ ସୁନ୍ଦର ଏବଂ ଈଶ୍ୱର I କେବଳ ଯେ ମଣିଷ ମାନେ ପ୍ରେମରେ ପଡନ୍ତି ତାହା ନୁହେ ଈଶ୍ୱର ଙ୍କ ସୃଷ୍ଟି ଅନୁଯାଇ ଜୀବଜନ୍ତୁ ସମସ୍ତେ ପ୍ରେମ କରିଥାନ୍ତି I ତେବେ ବେଳେବେଳେମନୁଷ୍ୟର ର ଗତିବିଧି କାର୍ଯ୍ୟ ସହିତ କିଛି ଜୀବଜନ୍ତୁ ଙ୍କର ସଂଯୋଗବଶତ ସାମଞ୍ଜସ୍ୟ ରହିଯାଇଥାଏ I ଠିକ ଏହିପରି ଏକ ସଂଯୋଗ ଦେଖିବାକୁ ମିଳିଛି ଭଦ୍ରକରେ I ଏବେ ସବୁଆଡେ ଭାଲେଣ୍ଟାଇନ୍‌ ସପ୍ତାହ ପାଳନ ହେଉଥିବା ବେଳେ ନାଗ ନାଗୁଣୀ ଙ୍କ ପ୍ରେମ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

ମିଳିଥିବା ସୂଚନା ଅନୁଯାଇ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଭଟ୍ଟସାହିରେ ଦୁଇଟି ନାଗ ନାଗୁଣୀ ମିଳନ ପାଇଁ ଆଖିରେ ଆଖି ମିଶାଇ ସତେ ଯେପରି ପ୍ରେମ ସପ୍ତାହର ପ୍ରଥମ ଦିନଟିକୁ ପ୍ରେମରେ ଭରିଦେବାକୁ ଚାଁହୁଥିଲେ କିନ୍ତୁ ସେଠାରେ ଥିବା ଲୋକମାନେ ସାପକୁ ଦେଖିବା ମାତ୍ରେ ଭୟରେ ସାପଧରାଳୀ କୁ ଡାକିବାରୁ ସେ ଉଭୟକୁ ଧରିନେଇଥିଲା କିନ୍ତୁ ତଥାପି ହଲଚଲ ହେଉନଥିଲେ ଉଭୟ ଯିବାପାଇଁ ଛଟପଟ ମଧ୍ୟ ହେଉନଥିଲେ ।ପରସ୍ପର ବହୁସମୟ ପର୍ଯ୍ୟନ୍ତ ଆଖିରେ ଆଖିରେ ସତେଯେପରି ପ୍ରେମର ସେ ଗୋପନ ଭାଷାକୁ ପଢିବାକୁ ଚାଁହୁଥିଲେ କିନ୍ତୁ ମଣିଷ ତାଙ୍କ ପ୍ରେମରେ ଭିଲିଆନ ହେଇ ପଶିଆସିଥିଲା I

ଉଭୟ ନାଗ ନାଗୁଣୀ ଙ୍କୁ ଜଙ୍ଗଲରେ ଛାଡିଦିଆଯାଇଛି I

Leave a Reply

Your email address will not be published. Required fields are marked *