ସ୍କୁଲ ପ୍ରମାଣପତ୍ର ଅନୁଯାଇ ଜନ୍ମ ହେବାର ଦୁଇମାସ ପୂର୍ବରୁ ଚତୁର୍ଥ ଶ୍ରେଣୀ ପାସ କଲା ଛାତ୍ରୀ

ପ୍ରାୟତ ନୂତନସ୍ଥାନରେ ନାମଲେଖାଇବାକୁ ହେଲେ ପୁରୁଣା ବିଦ୍ୟାଳୟରୁ ଲିଭିଂ ସାର୍ଟିଫିକେଟ ନେବାକୁ ପଡିଥାଏ I ଶିକ୍ଷା ବିଭାଗ ନିୟମ ଅନୁସାରେ ବିଦ୍ୟାଳୟରେ ନାମ ଲେଖାଇବାକୁ ହେଲେ ଶିଶୁର ଅନ୍ୟୁନ ବୟସ ୫ ବର୍ଷ ହେଇଥିବା ଦରକାର I ତେବେ କୋରାପୁଟର ବୈପାରୀଗୁଡ଼ା ବ୍ଲକ୍‌ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ ଘଟଣା I ଜନ୍ମ ହେବାର ୨ ମାସ ପୂର୍ବରୁ ଜଣେ ଚତୁର୍ଥ ଶ୍ରେଣୀ ରେ ଉତୀର୍ଣ୍ଣ ହେଇଥିବା ସ୍କୁଲ ର ପ୍ରଧାନ ଶିକ୍ଷକ ଲିଭିଂ ସାର୍ଟିଫିକେଟ ଦେଇଛନ୍ତି I

ସୂଚନା ଅନୁଯାଇ ବୈପାରୀଗୁଡ଼ା ବ୍ଲକ୍‌ ର କାଉକୁଣ୍ଡ ଗ୍ରାମର ରାଧିକା ଗଲୋରୀ ସ୍କୁଲ ଛାଡି ଅନ୍ୟଏକ ବିଦ୍ୟାଳୟ ରେ ନାମ ଲେଖାଇବାକୁ ଲିଭିଂ ସାର୍ଟିଫିକେଟ ଆଣିଥିଲେ କିନ୍ତୁ ଏଥିରେ ସାଙ୍ଘାତିକ ଭୁଲ ରହିଥିଲା I ଦିଆଯାଇଥିବା ପ୍ରମାଣପତ୍ରରେ ରାଧିକାର ଜନ୍ମ ୧୫ା୫ା୨୦୧୭ ହେଇଥିବା ବେଳେ ୩୧ା୩ା୨୦୧୭ରେ ଚତୁର୍ଥ ପାସ କରି ୩୧ା୩ା୨୦୧୭ରେ ସାର୍ଟିଫିକେଟ ଦିଆଯାଇଥିଲା I ଅର୍ଥାତ ଜନ୍ମ ହେବାର ଦୁଇମାସ ପୂର୍ବରୁ ରାଧିକା ଚତୁର୍ଥ ଉତୀର୍ଣ୍ଣ ହେଇଯାଇଛନ୍ତି ଏକଥା ସାର୍ଟିଫିକେଟ ରେ ଉଲ୍ଲେଖ ରହିଛି ସଂଖ୍ୟା ଏବଂ ଅକ୍ଷରରେ I

କେବଳ ଏତିକି ନୁହେଁ ଜନ୍ମ ହେବାର ଚାରିମାସ ପୂର୍ବରୁ ୨ା୪ା୨୦୧୩ ରେ ବିଦ୍ୟାଳୟରେ ନାମ ଲେଖାଇଥିବା ଉଲ୍ଲେଖ ରହିଛି I

Leave a Reply

Your email address will not be published. Required fields are marked *