ବିଷାକ୍ତଦେଶୀ ମଦ ପିଇ ୮୯ ମୃତ ,୧୨୦ ହସ୍ପିଟାଲରେ ଭର୍ତ୍ତି

ମଦ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ତଥାପି ମଦ ନିଶାରେ କବଳିତ ଆଜିର ସମାଜ ତେବେ ଉତ୍ତର ପ୍ରଦେଶ ସହାରନପୁର ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା I ବିଷାକ୍ତ ମଦ ପି ମଦ ନେଇଗଲା ୮୯ ଜଣଙ୍କ ଜୀବନ ଚାଲିଯାଇଛି I ମିଳିଥିବା ଖବର ଅନୁଯାଇ ହରିଦ୍ୱାରର ବ୍ଳଲୁପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଶବ ସତ୍କାର କରିବାକୁ ଯାଇଥିବା ସମୟରେ ଗ୍ରାମର ଲୋକେ ମଦ୍ୟପାନ କରିଥିଲେ ତେବେ କିଛିସମୟ ପରେ ସମସ୍ତଙ୍କର ମୁଣ୍ଡ ବୁଲାଇବା ସହିତ ଶରୀର ଖରାପ ହେବାକୁ ଲାଗିଥିଲା I ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାର ଲାଗିଥିଲା I

ପାଖାପାଖି ୨୫ ଜଣ ଅସୁସ୍ଥ ହେଇପଡ଼ିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା I କିନ୍ତୁ ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କର ଅକାଳରେ ଜୀବନ ଚାଲିଯାଇଛି I ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି I କେବଳ ଏହି ଗ୍ରାମର ନୁହେଁ ପାଖାପାଖି ଗ୍ରାମର ୮୯ ଜଣଙ୍କ ଦେଶୀ ବିଷାକ୍ତ ମଦ ପି ଜୀବନ ଚାଲିଯାଇଛି I ଘଟଣାରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି

I ବର୍ତମାନ ସୁଦ୍ଧା ୧୦ଜଣ ରୁ ଉର୍ଧ ପୋଲିସ କର୍ମଚାରୀ ଏବଂ ଅବକାରୀ ବିଭାଗର ୩ଜଣ ଇନ୍ସପେକ୍ଟରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି I ସୂଚନା ଥାଉକି ସେହି ଅଂଚଳରେ ଦେଶୀ ମଦ ତିଆରି ହେଉଥିବାର ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା ଫଳରେ ଏତେବଡ ଅଘଟଣ ଘଟିଗଲା I

Leave a Reply

Your email address will not be published. Required fields are marked *