ମାତ୍ର ୨୯୯ ଟଙ୍କା ଖର୍ଚ୍ଚ କରି ଗାଡିରେ ଲଗାନ୍ତୁ ଏହି କିଟ୍ ! କାଚ ଭାଙ୍ଗି ଗାଡି ଭିତରକୁ ପଶିଲେ ମଧ୍ୟ ଷ୍ଟାର୍ଟ ହେବ ନାହିଁ ଗାଡି

ଗାଡ଼ି ଚୋରି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।ସେ ନୂଆ ଗାଡି ହେଉ କିମ୍ବା ପୁରୁଣା।ଆଜି ଆମେ ଜାଣିବା କାର ଚୋରିରୁ ରକ୍ଷା ପାଇବାପାଇଁ ଏକ ଉପାୟ।ଯାହାଦ୍ଵାରା ଆପଣଙ୍କର କେବଳ ୨୯୯ ଟଙ୍କା ଖର୍ଚ୍ଚ ହେବ।ତେବେ କାରକୁ ଚୋରି ରୁ ବଞ୍ଚାଇବା ପାଇଁ ଗୋଟେ ଗିଅର୍ ବକ୍ସ ଲକ୍ ବଜାରରେ ବିକ୍ରି ହୁଏ।ଯେତେବେଳେ ଗିଅର୍ ରେ ଏହି ଲକ୍ ଲଗାଇଦିଆଯାଏ ସେତେବେଳେ ଗାଡ଼ିକୁ ଏକ ଇଞ୍ଚ୍ ମଧ୍ୟ ଆଗକୁ ନିଆଯାଇପାରିବ ନାହିଁ।
କାର୍ ଗିଅର୍ ରେ ଅନଲାଇନ ପ୍ରାଇଜ ମାତ୍ର ୨୯୯ ଟଙ୍କା।ଅନ୍ୟ ପକ୍ଷରେ କ୍ୱାଲିଟି କୁ ଯଦି ଲକ୍ଷ କରିବେ ତେବେ ଏହାର ଦାମ୍ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଅଛି।ମାର୍କେଟ ରୁ ମଧ୍ୟ ଏହାକୁ ଆପଣ କିଣି ପାରିବେ।
ଏହି ଲକର୍ କୁ ଗିଅର୍ ବାକ୍ସ ରେ ଫିଟ୍ କରାଯାଏ।କିଟ୍ ରେ ହ୍ୟାଣ୍ଡେଲ୍ ଦିଆଯାଇଥାଏ ଯାହାକୁ ଗିଅର୍ ରେ ଫସାଇ କିଟ୍ ସହ ଲକ୍ କରାଯାଏ।ଏହାର ଅର୍ଥ ଯଦି କୌଣସି ବ୍ୟକ୍ତି ଆପଣଙ୍କ କାଚ ଭାଙ୍ଗି ମଧ୍ୟ ଗାଡ଼ି ଭିତରକୁ ପଶିଯାଏ ତେବେ ମଧ୍ୟ ସେ ଗିଆର୍ ଷ୍ଟାର୍ଟ କରି ପାରିବ ନାହିଁ।

Leave a Reply

Your email address will not be published. Required fields are marked *