ହୃଦରୋଗ ର ଆଶଙ୍କା କୁ କମାଇ ଦିଏ ବାଦାମ

ବାଦାମ ଖାଇବା ଓ ରୋଗ ଆଶଙ୍କା ଉପରେ ନିକଟରେ ଏକ ଅଧ୍ୟୟନ୍ ହୋଇଥିଲା।ସେହି ଅନୁସାରେ ଦିନକୁ ଅତି କମ୍ ରେ ୨୦ ଗ୍ରାମ ବାଦାମ ଖାଇଲେ ହୃଦ୍ ରୋଗ ଆଶଙ୍କା ହ୍ରାସ ପାଏ।ସେତିକି ନୁହେଁ କର୍କଟ ଓ ଅପମୃତୁ ଆଶଙ୍କା ମଧ୍ୟ ହ୍ରାସ ହୁଏ।ତେଣୁ ପ୍ରତିଦିନ ୨୦ ଗ୍ରାମ ବା ହାରାହାରି ମୁଠାଏ ବାଦାମ ଖାଇବା ଦ୍ବାରା କୋରାନାରି ହୃଦ୍ ସମସ୍ୟା ୩୦ ପ୍ରତିଶତ ହ୍ରାସ କରାଯାଇପାରେ।

୧୫ ପ୍ରତିଶତ କର୍କଟ ଏବଂ ଅପମୃତ୍ୟୁ ଆଶଙ୍କା ୨୨ ପ୍ରତିଶତ ହ୍ରାସ ପାଇଥାଏ।ଶ୍ୱାସ ଜନିତ ମୃତ୍ୟୁ ଆଶଙ୍କା ମଧ୍ୟ ଅଧା ହ୍ରାସ ପାଇଥାଏ।ସେହିପରି ମଧୁମେହ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଥିବା ଗବେଷଣାରୁ ଜଣାପଡେ।ଉଚ୍ଚ ଚର୍ବି ଯୁକ୍ତ ହେଲେ ମଧ୍ୟ ବାଦାମ ରେ ଫାଇବର ଓ ପ୍ରୋଟିନ ପ୍ରଚୁର ମାତ୍ରାରେ ରହିଛି।ଫଳରେ ଏହା ମେଦ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *