ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ନ୍ୟାୟ ପାଇଁ ପୋଲିସ ର ନିଯୁକ୍ତି I କିନ୍ତୁ ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଛି ଯେ ପୋଲିସ ନାମରେ ସଂଗୀନ ଅଭିଯୋଗ ଆସିଛି I ନିଜ ପାୱାର କୁ ବ୍ୟବହାର କରି ନିରୀହ ସାଧାରଣ ଲୋକଙ୍କୁ ହଇରାଣ କରିଥିବାର ଅନେକ ନଜିର ରହିଛି ସେ ନୟାପଲ୍ଲୀ ଘଟଣା ହେଉ କିମ୍ବା ନିମାପଡା I ପୋଲିସ୍ ର ଦବଂଗ ଗିରି ଦେଖିବାକୁ ମିଳିଛି I ତେବେ ଆସ୍କା ରେ ଦେଖିବାକୁ ମିଳିଛି ଏକ ଚକିତକର ଘଟଣା I ପ୍ରଥମଥର ପାଇଁ ପୋଲିସ ସମର୍ଥନ ରେ ବାହାରିଛନ୍ତି ଆସ୍କା ବାସି I ମିଳିଥିବା ସୂଚନା ଅନୁଯାଇ ଆସ୍କାର ଆଇଆଇସି ସନ୍ତୋଷ କୁମାର ଜେନାଙ୍କ ବଦଳି ଖବର ଶୁଣିବା ପରେ ଗତକାଲି ଅସ୍କାର ଜନସାଧାରଣ ଆନ୍ଦୋଳନ କୁ ଓଲ୍ହାଇଥିଲେ I
ବଦଳି ଅର୍ଡର କ୍ୟାନସେଲ କରିବାକୁ ଅଡ଼ି ବସିଥିଲେ I ନିଜେ ଆଇଆଇସି ସନ୍ତୋଷ ଘଟଣା ସ୍ଥଳରୁ ଲୋକଙ୍କୁ ବୁଝାସୁଝା କରିଥିଲେ ଆନ୍ଦୋଳନ ରୁ ହଟିଯିବା ପାଇଁ I ତେବେ ଲୋକଙ୍କର ଗୋଟିଏ ଜିଦ ଥିଲା ତାଙ୍କ ପ୍ରିୟ ଆଇଆଇସି ସନ୍ତୋଷ ତାଙ୍କୁ ଛାଡି ନଯାନ୍ତୁ I ପରିସ୍ଥିତି ଅଣାୟତ୍ତ ହେବାରୁ ଶେଷରେ ବାଧ୍ୟହେଇ ଏସ୍ପି ଙ୍କ ସହିତ କଥା ହେବେ ବୋଲି କହିବା ପରେ ଆନ୍ଦୋଳନ ରୁ ଉଠିଥିଲେ ଜନସାଧାରଣ I
ସୂଚନା ଥାଉ କି ପ୍ରାୟ ଦେଢ଼ ବର୍ଷ ତଳେ ଆସ୍କା ରେ ନିଯୁକ୍ତ ପାଇଥିଲେ ଆଇଆଇସି ସନ୍ତୋଷ କୁମାର I ତେବେ ନିଜର ନିଆରା ଉଦ୍ୟମ ବଳରେ ଲୋକଙ୍କ ସହିତ ଅତି ସହଜରେ ମିସିପାରିଥିଲେ I ଅପରାଧୀ ଙ୍କୁ କଠୋର ଦଣ୍ଡ ଦେବା ସହିତ ଦଳମତ ନିର୍ବିଶେଷ ରେ ସମସ୍ତଙ୍କ ପାଇଁ ସମାନ ଥିଲେ ଆଇଆଇସି Iସବୁ ସମୟରେ ଲୋକଙ୍କ ସହିତ ରହିଥିଲେ ସନ୍ତୋଷ କେବଳ ଏତିକି ନୁହେଁ ତିତିଲି ବାତ୍ୟା ସମୟରେ ନିଜେ ଅଣ୍ଟାଏ ପାଣିଭିତରେ ପଶି ଲୋକଙ୍କୁ ଉଦ୍ଧାର କରିଥିଲେ
ବିଛିର୍ଣ୍ଣ ଅଞ୍ଚଳରେ ଲୋକମାନଙ୍କ ପାଖରେ ପହଁଚିବାକୁ ସବୁବେଳେ ଉଦ୍ୟମ କରୁଥିଲେ I ଏସବୁ ପାଇଁ ଜନସାଧାରଣ ଙ୍କ ଅତି ପ୍ରିୟ ହେଇପାରିଛନ୍ତି ସନ୍ତୋଷ I