ପ୍ରେମରୁତୁ ରେ ଧୋକା ଖାଇ ଆତ୍ମହତ୍ୟା କରିଥିଲେ ମେଲୋଡି କୁଇନ ପ୍ରଭାତୀ ,ଖୋଲୁଛି ଗୁମର

ଗତ ଦୁଇଦିନ ତଳେ ମେଲୋଡି କୁଇନ ପ୍ରଭାତୀ ଜେନା ଙ୍କ ଆତ୍ମହତ୍ୟା ଘଟଣାର ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ବେଳେ ଏବେ ସାମ୍ନାକୁ ଆସିଛି ସତ I ଖୋଲିବାରେ ଲାଗିଛି ଗୁମର I ଏବେ ପ୍ରେମ ଋତୁ ଚାଲିଥିବା ବେଳେ ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା କରିଦେଇଛନ୍ତି ପ୍ରଭାତୀ I ଭଦ୍ରକ ଜିଲ୍ଲାରେ ନିଜର ଟ୍ୟାଲେଣ୍ଟ ଦ୍ୱାରା ଘରେ ଘରେ ବେସ ପରିଚିତ ହେଇପାରିଥିଲେ ପ୍ରଭାତୀ I ଯେ କୌଣସି ପର୍ବ କିମ୍ବା ମହୋତ୍ସବ ରେ ପ୍ରଭାତୀ ଙ୍କୁ ଦେଖିବାକୁ ମିଳୁଥିଲା ଏବଂ ତାଙ୍କ ସଂଗୀତ ରେ ବିଭୋର ହେଇଯାଉଥିଲେ ଦର୍ଶକ I

ସେଥିପାଇଁ ତ ତାଙ୍କୁ ମେଲୋଡି କୁଇନ କୁହାଯାଉଥିଲା I ତେବେ ଆଉ ଶୁଣିବାକୁ ମିଳିବନି ତାଙ୍କ ଗୀତ କି ଦେଖିବାକୁ ମିଳିବନି ତାଙ୍କୁ କୌଣସି ମଞ୍ଚରେ I ହଠାତ ପ୍ରଭାତୀ ଙ୍କ ଆତ୍ମହତ୍ୟା କୁ ନେଇ ସନ୍ଦେହ ଆସୁଥିବା ବେଳେ ଏବେ ଧୀରେ ଧୀରେ ଗୁମର ଖୋଲିବାରେ ଲାଗିଛି I ପ୍ରଭାତୀ ଙ୍କ ମାଙ୍କ ଅଭିଯୋଗ ଅନୁଯାଇ ପ୍ପ୍ରଭାତି ଙ୍କର ଜଣେ ବିବାହିତ ପୁରୁଷ ବିକ୍ରମ ଙ୍କ ସହିତ ପ୍ରେମ ବଢିଥିଲା ଏବଂ ସେ ପ୍ରତାରିତା ହେଇଥିଲେ I

ବିକ୍ରମ ପ୍ରତାରଣା କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହେଉଛି ,ପରେ ଜଣାପଡିଥିଲା କି ବିକ୍ରମ ବିବାହିତ I ବିକ୍ରମ ସହିତ ସମ୍ପର୍କ କୁ ନେଇ ସବୁବେଳେ ଉଦାସ ରହୁଥିଲେ ପ୍ରଭାତୀ ସେଥିପାଇଁ କୌଣସି ନିଷ୍ପତି ନେଇନପାରି ବାଧ୍ୟ ହେଇ ଆତ୍ମହତ୍ୟା କରିଛନ୍ତି I

ତେବେ ଆତ୍ମହତ୍ୟା ପୂର୍ବରୁ ନିଜ ମୋବାଇଲ ର କଲ ଲିଷ୍ଟ ଓ ୱ୍ହାଟ୍ସ ଆପ ର ସମସ୍ତ ମେସେଜ କୁ ଡ଼ିଲିଟ କରିଦେଇଥିଲେ ଯାହାକି ଚର୍ଚାର ବିଷୟ ପାଲଟିଛି I ଘଟଣାର ତଦନ୍ତ ପାଇଁ ଗାଁ ବାସି ଦାବି କରିଛନ୍ତି I

Leave a Reply

Your email address will not be published. Required fields are marked *