କୁରକୁରେ ପାଇଁ କଲେଜ ଛାତ୍ରୀଙ୍କ ଜୀବନ ଚାଲିଗଲା : ମୋବାଇଲ ଦେଖି ଖାଉଥିବା ବେଳେ ତଣ୍ଟି ରେ ଲାଗି ମୃତ୍ୟୁ

ଆଜିକା ସମୟରେ କୁରକୁରି ପ୍ରାୟତ ସମସ୍ତଙ୍କର ପ୍ରିୟ ପାଲଟିପାରିଛି I ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ କୁରୁକୁରି ମାୟାରେ ବାୟା I ତେବେ କୁରୁକୁରି ପାଇଁ ଚାଲିଯାଇଛି ଜଣେ କଲେଜ ପଢୁଆ ଛାତ୍ରୀଙ୍କ ଜୀବନ I ଘଟଣାଟି ଝାରସୁଗୁଡ଼ା ଜିଲା ବେଲପାହାଡ ଅଞ୍ଚଳର I ମିଳିଥିବା ସୂଚନା ଅନୁଯାଇ ସରୋଜ କୁମାର ରାୟଙ୍କ ୧୬ ବର୍ଷିୟ ଝିଅ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି I ତାଙ୍କ ନାମ ସୁଚିତ୍ରା ରାୟ I

ତେବେ ଶନିବାର ଦିନ ସୁଚିତ୍ରା କଲେଜରୁ ଫେରି ଖଟରେ ଶୋଇ ମୋବାଇଲ ରେ ଖେଳୁଥିବା ସମୟରେ କୁରକୁରି ଖାଉଥିଲେ I କିନ୍ତୁ ଏକ କୁରୁକୁରି ଖଣ୍ଡ ତାଙ୍କ ତଣ୍ଟିରେ ଲାଗିଯାଇଥିଲା Iକୁରୁକୁରି ଖଣ୍ଡ ତଣ୍ଟିରେ ଲାଗିଯିବାରୁ ନିଶ୍ୱାସ ନେଇପାରିନଥିଲେ ସୁଚିତ୍ରା I ଜୋରରେ ଚିତ୍କାର କରି ଅଚେତ ହେଇଯାଇଥିଲେ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା I କିନ୍ତୁ ସେତେବେଳକୁ ତାଙ୍କ ଜୀବନ ଚାଲିଯାଇଥିଲା I ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା I ଘଟଣାଟି ସମଗ୍ର ଅଞ୍ଚଳ ରେ ଚର୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *