ଆସୁଛି ବର୍ଷା ସହିତ ଝଡତୋଫାନ ୧୫ ଓ ୧୬ ତାରିଖରେ ଏହି 12ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଲାଗିରହିବ ଝଡ ତୋଫାନ

ସବୁଆଡେ ଶୀତର ପ୍ରକୋପ ରେ ଥଣ୍ଡା ଅନୁଭୂତ ହେଇ ପାଗ କୋହଲା ହେଉଥିବା ବେଳେ ମଝିରେ ମଝିରେ ବର୍ଷା ହେଇ ପାଗ କୁ ଆହୁରି ବିଗାଡିବାରେ ଲାଗିଛି I ତେବେ ପୁଣିଥରେ ୱେଦର ଡିଷ୍ଟର୍ବIନ୍ସ ଯୋଗୁଁ ଓଡ଼ିଶାରେ ବର୍ଷା ସମ୍ଭାବନା ଦେଖାଯାଇଛି I ଏନେଇ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାଇ ଆସନ୍ତା 48ଘଣ୍ଟା ପରେ ପ୍ରାୟ 12ଜିଲ୍ଲାରେ ବର୍ଷା ସହିତ ଝଡତୋଫାନ ଲାଗି ରହିବ I

ଆସନ୍ତା ୧୫ ଓ ୧୬ ତାରିଖର ଅନୁଗୁଳ,ଯାଜପୁର, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ସମ୍ବଲପୁର,ଭଦ୍ରକ ,ବରଗଡ଼,ଦେବଗଡ, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ଜିଲ୍ଲାରେ ବର୍ଷା ଓ ଝଡତୋଫାନ ହେବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି I ଏହାସହିତ ୧୬ ଓ ୧୭ ତାରିଖରେ ମଧ୍ୟ ଏହାର ପ୍ରଭାବରେ ଘନ କୁହୁଡି ଏବଂ ପାଗ କୋହଲା ରହିବା ସହିତ ଶୀତ ର ପ୍ରକୋପ ବଢିପାରେ I ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ମଧ୍ୟ ଥଣ୍ଡା ଏବଂ କୁହୁଡି ଲାଗି ରହିବ I

Leave a Reply

Your email address will not be published. Required fields are marked *