ଭାଲେଣ୍ଟାଇନ୍ସ ଡେ ରେ ପ୍ରେମୀଯୁଗଳ ଙ୍କୁ ଏକାଠି ଦେଖିଲେ ବିଛୁଆତି ବୋଳିବ କଳିଙ୍ଗ ସେନା ,ହିଂସାକାରୀଙ୍କୁ ବେଲଣା କାଠି ଏବଂ ଛାଞ୍ଚୁଣି ରେ ମାଡ ମାରିବାକୁ ମହିଳା ସମିତିର ଚେତାବନୀ

ଚାଲିଛି ପ୍ରେମ ସପ୍ତାହ ଆଉ ମାତ୍ର ଦୁଇଦିନ ପରେ ଭାଲେଣ୍ଟାଇନ୍ସ ଡେ I ପ୍ରେମୀଯୁଗଳ ବହୁ ଉତ୍ସାହ ର ସହିତ ଏହି ଦିନକୁ ଅପେକ୍ଷା କରିଥାନ୍ତି I ତେବେ ସବୁଥର ପରି ପ୍ରେମରେ ଭିଲିଆନ ସାଜିଥିବା କିଛିଗୋଷ୍ଠି ଙ୍କ ମଧ୍ୟରୁ ଏଥର ପୁରା ଜୋଶ ରେ ବାହାରିଛନ୍ତି କଳିଙ୍ଗ ମହିଳା ସେନା I ପ୍ରେମିକା ପ୍ରେମିକ କୁ ଅଶ୍ଳୀଳ ଅବସ୍ଥାରେ କିମ୍ବା କୌଣସି ପାର୍କ,ସପିଂ ମଲ, ରେଷ୍ଟୁରାଂଟ ଏବଂ ସିନେମା ହଲ ରେ ଯଦି ଦେଖିବାକୁ ମିଳେ ତେବେ ସେମାନଙ୍କ ଶରୀରରେ ବିଛୁଆତି ବୋଳାଯିବ I

ଏନେଇ କଳିଙ୍ଗ ମହିଳା ସେନା ତରଫରୁ ସୂଚନା ଦିଆଯାଇଛି I ଅପରପକ୍ଷରେ ଗଣତାନ୍ତ୍ରିକ ମହିଳା ସମିତି ସଭାନେତ୍ରୀ ପୁଷ୍ପା ଦାସ ଏହାକୁ ବିରୋଧ କରି କହିଛନ୍ତି ଯେ ପ୍ରେମ ସତ୍ୟ ସୁନ୍ଦର ଏବଂ ଚିରନ୍ତନ ଯେଉଁ ମାନେ ବିରୋଧ କରୁଛନ୍ତି ସେମାନେ ମାନସିକ ରୋଗୀ I ଯଦି କୌଣସି ବି ଜାଗାରେ ପ୍ରେମୀ ଯୁଗଳଙ୍କୁ ହଇରାଣ କରି ବିଛୁଆତି ବୋଳାଯାଏ ତେବେ ହଇରାଣ କରୁଥିବା ଲୋକଙ୍କୁ ବେଲଣା କାଠି ସହ ଝାଡୁ ରେ ମାଡ କରାଯିବ I

ପ୍ରେମକୁ ନେଇ ମହିଳା ସମିତି ଏବଂ କଳିଙ୍ଗ ସେନା ମୁଂହାମୁହିଁ ହେଇଥିବା ବେଳେ ଡିସିପି ଅନୁପ ସାହୁ କହିଛନ୍ତି ଯେ ଯେଉଁମାନେ ବି ଆଇନ କୁ ହାତକୁ ନେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବିଶେଷ କରି କଳିଙ୍ଗ ସେନା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ I ତେବେ ଏସବୁ ବିରୋଧ ମଧ୍ୟରେ ଲାଗୁଚି ସତେଯେପରି ଭାଲେଣ୍ଟାଇନ୍ସ ଡେ ଭାଓଲେଣ୍ଟସ ଡେ ରେ ପରିଣତ ହେଇଯିବ I

Leave a Reply

Your email address will not be published. Required fields are marked *