ବରଯାତ୍ରୀଙ୍କ ସହ ବର ବି ଖସିପଡ଼ିଲେ ନର୍ଦ୍ଦମାରେ

ବରଯାତ୍ରୀ ନେଇ ବରପକ୍ଷ ଯାଇଥିଲେ କନ୍ୟାଘର କୁ I ଖୁବ ଧୂମଧାମ ରେ ଚାଲିଥିଲା ପ୍ରସେସନ I ତେବେ ହଠାତ ବରଯାତ୍ରୀ ଙ୍କ ସହିତ ନର୍ଦ୍ଧମା କୁ ଖସିପଡିଥିଲେ ବର I ଘଟଣାଟି ନଇଡ଼ା ସେକ୍ଟର୍‌ ୫୨ସ୍ଥିତ ହୋସିୟାର୍‌ପୁର ଗାଁ’ର I ମିଳିଥିବା ଖବର ଅନୁଯାଇ ଗାଜିଆବାଦସ୍ଥିତ ଇନ୍ଦ୍ରପୁରମ୍‌ର ଅମିତାଭ ଯାଦବ ବରଯାତ୍ରୀ ନେଇ ରାତ୍ରିରେ କନ୍ୟାଘର ନିକଟସ୍ଥ ମଣ୍ଡପ ରେ ପହଞ୍ଚିଥିଲେ I ତେବେ ବରଯାତ୍ରୀ ପକ୍ଷରୁ ନାଚ କରୁଥିବା ସମୟରେ ପୋଲଟି ଭାଙ୍ଗି ତଳକୁ ଖସିପଡିଥିଲା I ବର ସହିତ ୧୫ ଜଣ ଯାତ୍ରୀ ମଧ୍ୟ ସେହି ପୋଲ ତଳକୁ ଖସିପଡ଼ିଲେ I ତଳେ ନର୍ଦ୍ଧମା ପାଣି ରେ ସମସ୍ତେ ବୁଡିଯାଇଥିଲେ I ପରେ ସ୍ଥାନୀୟଲୋକଙ୍କ ସହାୟତାରେ ବରପକ୍ଷ ଉଦ୍ଧାର ହେଇଥିଲେ I ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *