୯ବର୍ଷର ବାଳକକୁ 35ବର୍ଷୀୟା ସମ୍ପର୍କୀୟ ଖୁଡି ଲଗାତାର କରୁଥିଲେ ବଳାତ୍କାର

ପ୍ରତିଦିନ ତ ଆପଣ ଖବରକାଗଜ ଟିଭି ରେ ଦେଖୁଥିବେ କି କିପରି ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗିଛି I ମହିଳାମାନେ ସୁରକ୍ଷିତ ନୁହନ୍ତି I ଏପରିକି ନାବାଳିକା ମାନେ ମଧ୍ୟ ଦୁଷ୍କର୍ମ ର ଶିକାର ହେଉଛନ୍ତି I କିନ୍ତୁ ପ୍ରଥମଥର ପାଇଁ ଆସିଛି ଏକ ଚାଞ୍ଚଲ୍ୟ କର ଘଟଣା I ୯ ବର୍ଷର ଜଣେ ନାବାଳକ କୁ ସମ୍ପର୍କୀୟ ଖୁଡି ବଳାତ୍କାର କରିଛନ୍ତି I ଘଟଣାଟି କେରଳ ଥେନିପାଲମ ଅଞ୍ଚଳର I ମିଳିଥିବା ସୂଚନା ଅନୁଯାଇ ଘର ପାଖରେ ରହୁଥିବା ଜଣେ 35ବର୍ଷୀୟା ମହିଳା ଜଣେ 9ବର୍ଷର ବାଳକକୁ ଲଗାତାର ବଳାତ୍କାର କରୁଥିଲେ I

ଏନେଇ ବାଳକ ଜଣଙ୍କ ଡାକ୍ତର ଙ୍କ ନିକଟରେ ଜଣାଇବା ପରେ ଖବର ଜଣାପଡିଥିଲା ଏବଂ ଡାକ୍ତର ଜଣଙ୍କ ଚାଇଲଡ ହେଲ୍ପ ଲାଇନ ରେ ଜଣାଇଥିଲେ I ତେବେ ନାବାଳକ ଜଣଙ୍କ ଜଣାଇଛି କି ଘରେ କେହି ନଥିବା ବେଳେ ପଡୋଶୀ ଖୁଡି ତାଙ୍କୁ ଘରକୁ ଡାକି ତାଙ୍କ ସହିତ ବିଭିର୍ଣ୍ଣ ଖରାପ କାମ କରିବାକୁ ବାଧ୍ୟ କରୁଥିଲେ ,ଏଥିରେ ନାବାଳକ ଜଣଙ୍କ ବହୁ ନିର୍ଯ୍ୟାତନା ପାଇଥିଲେ Iଏକଥା କାହାକୁ ନଜଣାଇବାକୁ ଖୁଡି ଚେତାବନୀ ଦେଇଥିଲେ ,ଯଦି କଥା କାହାକୁ ଜଣାପଡେ ତେବେ ବହୁତ ଅସୁବିଧା ହେବ ବୋଲି ବାଳକକୁ ଧମକାଇ ରଖିଥିଲେ ସମ୍ପୃକ୍ତ ମହିଳା I ଘଟଣାର ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *