ରାଜଧାନୀ ଆସୁଛନ୍ତି ଆଶିଷ ସିଂ ,ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ସମ୍ଭାଳିବେ ସିଂଘମ୍

ଆଶିଷ ସିଂ ,ଏହି ନାମ ହିଁ ତାଙ୍କ ପାଇଁ ଯଥେଷ୍ଟ I ନିଜର କାମକରିବାର ନିଆରା ଶୈଳୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆଶିଷ ସିଂ ପୋଲିସ ବିଭାଗରେ ଜଣେ ଟାଣୁଆ ଅଫିସର ଭାବେ ଜଣାଶୁଣା I ଟାଇଟେଲ ସିଂ କୁ ସତରେ ବାବୁ ବି ଠିକ ସିଂହ ପରି I ଭଲ ଲୋକଙ୍କ ପାଇଁ ବନ୍ଧୁ ଆଉ ଅପରାଧୀ ମାନଙ୍କ ପାଇଁ ସତେ ଯେପରି କାଳ ସାଜନ୍ତି ଆଶିଷ I ବିଶ୍ୱ ଅତିହ୍ୟ ତୀର୍ଥ ପୁରୀରେ ଯେପରି ଅପରାଧ ବଢିଚାଲିଥିଲା ହଠାତ ଆଶିଷ ବାବୁ ନିଯୁକ୍ତ ହେଇ ପୁରା ଦବଂଗ ଷ୍ଟାଇଲ ରେ ସମସ୍ତ ଅପରାଧୀ ଙ୍କୁ ଘୋଷାଡ଼ି ଜେଲ୍ ରେ ପୁରାଇଥିଲେ ,

ନବକଳେବର ପୂର୍ବରୁ ପୁରୀ ପୁରା ନିର୍ମଳ ହେଇଯାଇଥିଲା Iଆଶିଷ ଙ୍କୁ ପୁରୀର ସିଂଘମ୍ କୁହାଯାଉଥିଲା I

ପୁରୀ ପରେ କ୍ରାଇମର ଗଡ଼ କୁହାଯାଉଥିବା ଗଞ୍ଜାମରେ ଏସପି ଭାବରେ ଯୋଗ ଦେଇଥିଲେ ଆଶିଷ I ସେଠି ମଧ୍ୟ ଅପରାଧୀ ଙ୍କ ନିଦ ହଜାଇଦେଇଥିଲେ ,ଦୁର୍ଦାନ୍ତ ଅପରାଧୀ ଙ୍କୁ ଏନକାଉଣ୍ଟର କରି ରାଜ୍ୟରେ ହଇଚଇ ସୃଷ୍ଟି କରିଦେଇଥିଲେ I ଏବଂ ପରେ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ ପାଇଥିଲେ ଆଶିଷ ସିଂହ I ତେବେ ସିଂହମ ଆଶିଷ ଆସୁଛନ୍ତି ରାଜଧାନୀ କୁ I ଖୋଦ ରାଇଜର ମୁଖିଆ ନବୀନ ପଟନାୟକ ଙ୍କ ସୁରକ୍ଷା ଦାୟିତ୍ୱ ବୁଝିବେ ଆଶିଷ ।ଆଗକୁ ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ର ଟିକିନିକି ସୁରକ୍ଷା ଯାଞ୍ଚ କରିବେ ଆଶିଷ ସିଂ I

Leave a Reply

Your email address will not be published. Required fields are marked *