ଚାରି ପ୍ରେମିକାଙ୍କୁ ନେଇ ଖଣ୍ଡଗିରି ଭାଲେଣ୍ଟାଇନ୍ସ ମନାଇବାକୁ ଆସିଥିଲା ଅଷ୍ଟମ ଶ୍ରେଣୀର ଛାତ୍ର ଆଉ ତାପରେ …

ଚାଲିଛି ପ୍ରେମ ସପ୍ତାହ I ସବୁଆଡେ ପ୍ରେମୀଯୁଗଳ ଙ୍କୁ ଦେଖିବାକୁ ମିଳୁଛି I ନିଜର ପ୍ରେମକୁ ସାକାର କରିବାକୁ ଖୋଲା ଆକାଶରେ ଘୁରି ବୁଲନ୍ତି ପ୍ରେମୀ ଚଡେଇ I ତେବେ ଗତକାଲି ଖଣ୍ଡଗିରି ରେ ଦେଖିବାକୁ ମିଳିଥିଲା ଏକ ଚକିତକର ଘଟଣା Iଅଷ୍ଟମ ଶ୍ରେଣୀର ଜଣେ ନାବାଳକ ଛାତ୍ର ଭାଲେଣ୍ଟାଇନ୍ସ ଡେ ମନାଇବାକୁ ଚାରି ଜଣ ନାବାଳିକା ପ୍ରେମିକାଙ୍କୁ ସାଙ୍ଗରେ ଧରି ଆସିଥିଲା I କିନ୍ତୁ ବୋଧହୁଏ ବେଳା ଭଲ ନଥିଲା ସେଥିପାଇଁ ସାଙ୍ଗରେ ଆସିଥିବା ନାବାଳିକା ପ୍ରେମିକାର ବାପା ମା ଦେଖାହେଇଯାଇଥିଲେ I କୁଆଡେ ଆସିଛୁ ପ୍ରଶ୍ନରେ ଘାବରେଇ ଯାଇଥିଲା ଅଷ୍ଟମ ଶ୍ରେଣୀର ରସିକିଆ ପ୍ରେମିକ I

ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା I ବାଳକ ଠାରୁ ମୋବାଇଲ ଛଡାଇ ନେଇ ତା ବାପାମା ନମ୍ବର ଖୋଜିଥିଲେ I କିନ୍ତୁ ମୋବାଇଲ ଦେଖି ହୋସ ଉଡିଯାଇଥିଲା ଉପସ୍ଥିତ ଲୋକଙ୍କର I ଛୋଟ ସାପ ର ବଡ ବିଷ ଭଳି ଛୋଟ ପିଲାର ଫୋନରେ ଦେଖିବାକୁ ମିଳିଥିଲା ବହୁ ଆପତ୍ତିଜନକ ଭିଡିଓ ସହ ଫୋଟୋ I ଯେଉଁଥିରେ କି ଥିଲା ସନି ଲିଓନ ର ଭିଡିଓ

I ଯାହା ଦେଖିବା ପରେ ସ୍ଥାନୀୟ ଲୋକେ ରାଗିକି ତା ମୋବାଇଲ ଭାଙ୍ଗିଦେବା ସହ ବହେ ଛେଚି ଥିଲେ I ନାବାଳିକା ମାନଙ୍କୁ ତାଗିଦ କରିବା ପରେ ସେମାନେ ଭୁଲ ମାଗି ଚାଲିଯାଇଥିଲେ I ଏବେ ଘଟଣାଟି ସାରା ଅଞ୍ଚଳ ରେ ଚର୍ଚ୍ଚା ଧରିଛି I ଯଦି ଅଷ୍ଟମରୁ ଏତେ ତେବେ ଆଗକୁ କେତେ ବୋଲି ସମସ୍ତେ ମଜାକ କରିବାରେ ଲାଗିଛନ୍ତି I

Leave a Reply

Your email address will not be published. Required fields are marked *