ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର, ଭାଲେଣ୍ଟାଇନ୍ ଡେ’ରେ ପ୍ରେମୀଯୁଗଳ ଙ୍କୁ ବିରୋଧ କରିବନି ବଜରଙ୍ଗ ଦଳ

ଏବେ ଚାଲିଛି ପ୍ରେମ ସପ୍ତାହ I ପ୍ରେମୀ ଯୁଗଳ ନିଜ ନିଜର ପ୍ରେମିକ ପ୍ରେମିକା ସହ ଖୋଲା ଆକାଶରେ ଘୁରିବୁଲିଥାନ୍ତି I ତେବେ ଅଧିକାଂଶ ସ୍ଥାନରେ ପ୍ରେମୀ ଯୋଡ଼ିଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥାଏ ଯାହାକୁ ସବୁବେଳେ ବିରୋଧ କରିଥାଏ ବଜରଙ୍ଗ ଦଳI ପାର୍କ,ସିନେମା ହଲ ,ହୋଟେଲ ସପିଙ୍ଗ ମଲ ରେ ପ୍ରେମିକା ପ୍ରେମିକ ମାନେ ଏକାଠି ନଜର ଆସିଲେ ବଜରଙ୍ଗ ଦଳ ତାଙ୍କୁ ନାକେଦମ କରିଥାନ୍ତି I

ପ୍ରେମୀ ଯୁଗଳ ଙ୍କ ପ୍ରେମରେ ହଠାତ ଭିଲିଆନ ହେଇ ପଶିଆସିଥାଏ ବଜରଙ୍ଗ ଦଳ ର କର୍ମୀ I ତେବେ ଏବର୍ଷ ପ୍ରେମୀ ଯୁଗଳଙ୍କ ପାଇଁ ଖୁଶି ଖବର I କୌଣସି ବି ସ୍ଥାନରେ ସେମାନଙ୍କୁ ବିରୋଧ କରିବେନି ବଜରଙ୍ଗ ଦଳ I ଏନେଇ ରାଜ୍ୟ ବଜରଙ୍ଗ ଦଳ କୋଡିନେଟର ଦେବାଶିଷ ରାଉତ ସୂଚନା ଦେଇଛନ୍ତି ।

ଦେବାଶିଷ ଙ୍କ କହିବାନୁଯାୟୀ ଗୋଟିଏ ଦିନ ଆମେ ବିରୋଧ କରିଦେଲେ ଅପସଂସ୍କୃତି, ଅଶ୍ଳୀଳତା ଏବଂ ନଗ୍ନତାକୁ ବନ୍ଦ କରିଦେଇପାରିବୁନି ବରଂ ଏଥିପାଇଁ ଯୁବପିଢ଼ି ଙ୍କୁ ସଚେତନ ହେବାକୁ ପଡିବ I ଏସବୁ ତ ବନ୍ଦ ହେଉନି ବରଂ ଆମର ଛବି ଖରାପ ହେଉଛି ସମସ୍ତେ ଭାବୁଛନ୍ତି ଆମେ ହିଂସାର ପଥିକ I ତେଣୁ ପ୍ରେମୀଯୁଗଳ ଙ୍କୁ ବିରୋଧ କରାଯିବନି I

Leave a Reply

Your email address will not be published. Required fields are marked *