ଓଡ଼ିଶାରେ ମିଳିଲାନି ନ୍ୟାୟ ଦିଲ୍ଲୀ ଜନ୍ତରମନ୍ତର ରେ ବସିଛନ୍ତି ଓଡ଼ିଆ ଝିଅ

ଓଡ଼ିଶାରେ ମିଳିଲାନି ନ୍ୟାୟ ବାରମ୍ବାର ଗୁହାରି ପରେ ଶେଷରେ ବାଧ୍ୟ ହେଇ ନିରାଶା ଭାବରେ ନ୍ୟାୟ ପାଇଁ ଦିଲ୍ଲୀ ଜନ୍ତର ମନ୍ତର ରେ ଧାରଣାରେ ବସିଛନ୍ତି ଜଣେ ଝିଅ ଏବଂ ତାଙ୍କ ମା ,ଭାଇ ଭଉଣୀ I ଘଟଣାଟି ହେଉଛି
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ଟିଭି ସେଣ୍ଟର ପଡା ର I ସୂଚନା ଅନୁଯାଇ ବଜାରପଡା ର ମୁସଲମାନ ଅବଦୁଲ ହବିବ ଙ୍କ ସହ ଜୈନକ ହିନ୍ଦୁ ମହିଳାଙ୍କର ପ୍ରେମ ହେଇଯାଇଥିଲା ଏବଂ ପରେ ମୁସଲିମ ରୀତିନୀତି ରେ ଦୁହେଁ ବାହାହେଇଥିଲେ I ବିବାହ ପରେ ସାହିଦା ବେଗମ ନାମରେ ମହିଳା ପରିଚିତ ହେଇଥିଲେ I

ତାଙ୍କର ଦୁଇ ଝିଅ ଏବଂ ଏକ ପୁତ୍ର ମଧ୍ୟ ଅଛି I ତେବେ 1999 ମସିହାରେ ହବିବ ଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକେ ସାହିଦା ,ଦୁଇଝିଅ ଏବଂ ପୁଅକୁ ଘରୁ ତଡ଼ିଦେଇଥିଲେ I ପୈତୃକ ସମ୍ପତ୍ତିରୁ ବେଦଖଲ କରିଥିଲେ ହବିବ ଙ୍କ ବଡ ଭାଇ I ଏନେଇ ସାହିଦା ବେଗମ ଏବଂ ତାଙ୍କ ସନ୍ତାନ ମାନେ ନ୍ୟାୟ ପାଇଁ ବାରମ୍ବାର ମୁସଲିମ ସମ୍ପ୍ରଦାୟ ଙ୍କ ପାଖରେ ଗୁହାରି କରି ନିରାଶ ହେବାପରେ ଶେଷରେ ଜିଲାପାଳ ଙ୍କ ଅଫିସ ସାମ୍ନାରେ ଧାରଣାରେ ବସିରହିଥିଲେ ତେବେ 152ଦିନ ଧାରଣାରେ ବସିବା ପରେ ମଧ୍ୟ ନ୍ୟାୟ ପାଇନଥିଲେ ସାହିଦା ବେଗମ ଙ୍କ ଝିଅ ଏବଂ ସେ I ଶେଷରେ ବାଧ୍ୟ ହେଇ ଦିଲ୍ଲୀର ଜନ୍ତର ମନ୍ତର ରେ ଧାରଣାରେ ବସିଛନ୍ତି I

ସାହିଦା ବେଗମ ଙ୍କ ସହ ତାଙ୍କ ଝିଅ I ଏନେଇ ତାଙ୍କ ଝିଅ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପାଙ୍କୁ ସମ୍ପତି ପାଇଁ ପରିବାର ଲୋକେ ହତ୍ୟା କରି ତାଙ୍କୁ ବେଦଖଲ କରିଛନ୍ତି I ବାରମ୍ବାର ଗୁହାରି ପରେ ମଧ୍ୟ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ସରକାର ନ୍ୟାୟ ଦେଇପାରିଲେନି ,କହିଛନ୍ତି ଯେ ମୋଦିଜୀ ଗୋଟିଏ ଝିଅ ନ୍ୟାୟ ମାଗୁଛି ,ଆପଣ ମତେ ନ୍ୟାୟ ଦିଅନ୍ତୁ I

Leave a Reply

Your email address will not be published. Required fields are marked *