ବିଶ୍ଵ କପ୍ ପରେ ଯାଇ ଧୋନି ନେବେ ଅବସର?

ଆଗାମୀ ବିଶ୍ୱକପ୍ ପାଇଁ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳରେ ରହିବା ଗୁରୁତ୍ୱପୂର୍ଣ୍ଣ ବୋଲି ଅଧିକାଂଶ ଅନୁଭବ କରି ସାରିଛନ୍ତି।ପ୍ରଶିକ୍ଷକ,ଖେଳାଳି,ଅଧିନାୟକ ତାଙ୍କ ଭୂମିକାକୁ ନେଇ ଢେର୍ ଆଲୋଚନା କରି ସାରିଛନ୍ତି।ବିଶ୍ୱକପ୍ ପରେ ଧୋନି କିନ୍ତୁ ଅବସର ନେଇଯିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଲାଣି।

ମୁଖ୍ୟ ଚୟନ କର୍ତା ଏମ୍ ଏସ କେ ପ୍ରସାଦ କିନ୍ତୁ ଏଭଳି କୌଣସି କଥା ବିଚାର କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବିଶ୍ଵକପ୍ ଭଳି ବଡ଼ ପ୍ରତିଯୋଗୀତା ପୂର୍ବରୁ ଏଭଳି ଆଲୋଚନା କରି ଆମେ ଲକ୍ଷଚ୍ୟୁତ ହେବା ବିଜ୍ଞତାର ପରିଚୟ ନୁହେଁ।ଧୋନି ଅଧିକରୁ ଅଧିକ ମ୍ୟାଚ୍ ଖେଳିବା ପରେ ତାଙ୍କ ରନ୍ ଉତ୍ପାଦନ ନିଶ୍ଚୟ ବଢିବ।ବିଶ୍ୱକପ୍ ପୂର୍ବରୁ ସେ ଆଇପିଏଲ୍ ର ୧୫/୧୬ ମ୍ୟାଚ୍ ନିଶ୍ଚିତ ଖେଳିବେ। ଅଷ୍ଟ୍ରେଲିଆ ଏବଂ ନିୟୁଜଲାଣ୍ଡରେ ସେ ଯେଭଳି ବ୍ୟାଟିଂ କରିଥିଲେ ମୁଁ ଖୁସି ବୋଲି ପ୍ରସାଦ କହିଛନ୍ତି।

ଗତ ଇଂଲଣ୍ଡ ଗସ୍ତ ରେ ଧୋନି ଦିନିକିଆରେ ମନ୍ଥର ବ୍ୟାଟିଂ କରି ପ୍ରଶଂସକ ଙ୍କ ସମାଲୋଚନା ର ଶିକାର ହୋଇଥିଲେ।ଧୋନିଙ୍କ ବ୍ୟାଟିଂ ଚିନ୍ତାଜନକ ଥିଲା ବୋଲି ପ୍ରସାଦ ସ୍ବୀକାର କରିଥିଲେ ମଧ୍ୟ ଦଳ ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଛି ବୋଲି କହିଥିଲେ।ୱିକେଟ୍ ରକ୍ଷକ ହେଉ ଅବା ବ୍ୟାଟିଂ ଧୋନିଙ୍କୁ କୌଣସିିଟିରେ ତିଳେ ମାତ୍ର ସନ୍ଦେହ କରାଯାଇ ପାରିବ ନାହିଁ।ସେ ଏବେ ବି ଭାରତର ମ୍ୟାଚ୍ ବିଜେତା ଖେଳାଳି ବୋଲି ମଧ୍ୟ ପ୍ରସାଦ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *