ଆଜି ମିଳିବ କାଳିଆ ଟଙ୍କା ,ଜାଣନ୍ତୁ କାହାକୁ ଏବଂ କେତେ ଟଙ୍କା ମିଳିବ

କୃଷକ ମାନଙ୍କ ସହାୟତା ପାଇଁ ଆରମ୍ଭ ହେଇଥିବା କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଚାଷୀ ମାନଙ୍କୁ ଜାନୁଆରୀ 25ତାରିଖରେ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବା ବେଳେ ଆଜି ଭୂମିହୀନ ଚାଷୀଙ୍କ ସହାୟତା ପାଇଁ ୫ ହଜାର ଟଙ୍କା ଦିଆଯିବ I ଏନେଇ କେନ୍ଦ୍ରପଡା ରେ ଏକ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଚାଷୀଙ୍କୁ ଏହି ସହାୟତା ପ୍ରଦାନ କରିବେ I ପ୍ରାଥମିକ ପର୍ଯ୍ୟାୟରେ 4/5ଲକ୍ଷ ଭୂମିହୀନ ଚାଷୀଙ୍କ ଖାତାକୁ ଟଙ୍କା ପଠାଯିବା ବ୍ୟବସ୍ତା କରାଯିବ I ଭୂମିହୀନ ଚାଷୀଙ୍କୁ ମୋଟ ୧୨ ହଜାର ୫ ଶହ ଟଙ୍କା ସହାୟତା ଦିଆଯିବ ତିନୋଟି ପର୍ଯ୍ୟାୟରେ I ପ୍ରଥମ କିସ୍ତି ଭାବରେ ଆଜି ଚାଷୀଙ୍କ ଖାତାକୁ ୫ ହଜାର ଟଙ୍କା ଆସିବ I

ଏହି ଟଙ୍କାରେ ଭୂମିହୀନ ଚାଷୀମାନେ ଘରେ ମାଛ ଚାଷ , ଛତୁ ଚାଷ, କୁକୁଡ଼ା ଚାଷ , ଛେଳି ଓ ବତକ ପାଳନ କରି ଆର୍ଥିକ ଲାଭବାନ ହେବେ I ତେବେ ଦ୍ୱିତୀୟ ପର୍ଯ୍ୟାୟରେ ପଇସା ପାଇନଥିବା ଅବଶିଷ୍ଟ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆସନ୍ତା ୨୨ ତାରିଖରେ କାଳିଆ ଯୋଜନାରେ ଆର୍ଥିକ ସହାୟତାମିଳିବ I

Leave a Reply

Your email address will not be published. Required fields are marked *