ଅସ୍ତବ୍ୟସ୍ତ କଲାଣି ଖରା:୨୫ ରୁ ବର୍ଷା ସମ୍ଭାବନା, ଓଡ଼ିଶା ପାଇଁ ସତର୍କ ସୂଚନା ଜାରି

ସମ୍ପୂର୍ଣ୍ଣ ଶୀତ ନ ଛାଡ଼ିଥିବା ବେଳେ ଅସ୍ଥବ୍ୟସ୍ଥ କଲାଣି ଶୀତ।ବହୁତ୍ ସ୍ଥାନରେ ଏହି ଫେବୃୟାରୀ ମାସରେ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଛି। ମାଲକାନଗିରି ରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିଥିବାବେଳେ ଭୁନେଶ୍ଵରଠାରେ ତାପମାତ୍ରା ଫେବୃୟାରୀ ମାସର ରେକର୍ଡ ଭାଙ୍ଗିଛି।ଏଭଳି ସ୍ଥିତି ଆହୁରି ଦୁଇ ଦିନ ରହିବ ବୋଲି ପାଣିପାଗ ବିଭାଗ ପର୍ବାନୁମାନ କରିଛି।ଅନ୍ୟପକ୍ଷେ ୱେଷ୍ଟନ ଡିଷ୍ଟରବାନ୍ସ ଫଳରେ ୨୪ ଓ ୨୫ ତାରିଖ ବର୍ଷା ହେବାର ସମ୍ଭାବନା ରହିଛି।ତେଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୫ ତାରିଖ ଦିନ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରାଯାଇଛି।କେନ୍ଦୁଝର,ଅନୁଗୁଳ,ଯାଜପୁର,ଢେଙ୍କାନାଳ,ମୟୂରଭଞ୍ଜ, ବାଲେଶ୍ବର,କେନ୍ଦ୍ରାପଡ଼ା,ଭଦ୍ରକ ଏବଂ କଟକରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା,ପୁରୀ,ନୟାଗଡ଼,କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ଅଛି।ଏହି ସମୟରେ ଘଣ୍ଟା ପ୍ରତି ୩୦ କିଲୋମିଟର୍ ବେଗରେ ପବନ ବହିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *