ଦେବାଶିଷ ବାବୁ ଭାରି ଭଲ ଲୋକ,ରାଜନୀତି କରନି : ସହିଦ ଙ୍କ ଦାଦା ,ଯାହାଙ୍କୁ ତଣ୍ଟିଆ ମାରିଥିଲେ ବିଧାୟକ

ଚାରିଦିନ ଧରି ଚାଲିଛି ଗୋଟିଏ ଚର୍ଚ୍ଚା I କେବଳ ଓଡିଶା ନୁହେଁ ଓଡିଶାରୁ ଯାଇ ଜାତୀୟ ସ୍ତରରୁ ଅନ୍ତର୍ଜାତୀୟ ପାକିସ୍ତାନ ରେ ଘନ ଘନ ପ୍ରସାରଣ I ଶତୃଦେଶ ପାକିସ୍ତାନ ମୁଖ୍ୟ ଆୟୁଧ କରିଛି ଓଡିଶା ବିଧାୟକ ଙ୍କ କାରନାମା କୁ I ସହିଦ ଙ୍କ ଦାଦାଙ୍କୁ ଘୋଷାଡ଼ି ଆଣି ତଣ୍ଟିଆ ମାରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ସବୁ ମହଲରୁ ତୀବ୍ର ନିନ୍ଦା କରାଯାଇଥିଲା ବିଧାୟକ ଦେବାଶିଷ ସାମନ୍ତରାୟ ଙ୍କୁ I

 

ଏହି ଭିଡିଓ ପାକିସ୍ତାନ ଗଣମାଧ୍ୟମ ରେ ଦେଖାଇ କୁହାଯାଇଥିଲା ଯେ ଦେଖନ୍ତୁ ଭାରତୀୟ ଙ୍କ କୁମ୍ଭୀର କାନ୍ଦଣା I ସହିଦ ଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ପୁଣି ତାଙ୍କ ପରିବାର ଲୋକଙ୍କୁ ତଣ୍ଟିଆ ମାରୁଛନ୍ତି I ବିଧାୟକ ଙ୍କ ଏପରି କାର୍ଯ୍ୟ ପାଇଁ ପାକିସ୍ତାନ ରେ ଭାରତ ବଦନାମ ହେଲା I ବିଧାୟକ ଙ୍କ ନାମରେ ଥାନାରେ ଏତଲା ଦିଆଗଲା I ତୁରନ୍ତ ଗିରଫ ପାଇଁ ଦାବି ହେଲା I ଶେଷରେ ଘଟଣାରେ ନିଜର ଭୁଲ ସ୍ୱୀକାର କରି କ୍ଷମା ପ୍ରାଥନା ବି ବିଧାୟକ କରିଥିଲେ ଏବେ କିନ୍ତୁ ଘଟଣାରେ ଆସିଛି ନାଟକୀୟ ପରିବର୍ତ୍ତନ Iଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସହିଦ ଙ୍କ ଦାଦା ଚୈତନ୍ୟ ବେହେରା I ଦୁଇ ଦିନ ତଳେ ବିଧାୟକ ଙ୍କ ଠାରୁ ଧକା ଖାଇଥିବାର ଭିଡିଓ ସମସ୍ତେ ଦେଖିଲା ପରେ ବି ଦାଦା କହିଛନ୍ତି ଯେ ବିଧାୟକ ଦେବାଶିଷ ବାବୁ ଭାରି ଭଲ ଲୋକ I

ତାଙ୍କର କିଛି ଦୋଷ ନାହିଁ I ସେ ତାଙ୍କୁ ତଣ୍ଟିଆ ମାରିନାହାନ୍ତି ବରଂ ଡାକିକି ବସାଇଦେଇଥିଲେI ମିଡ଼ିଆ ଅଯଥା ରାଜନୀତି କରୁଛି I ତେବେ ପ୍ରସାରଣ ପରେ ସୋସିଆଲ ମିଡିଆରେ ଜନସାଧାରଣ ନିଜର କି ପ୍ରତିକ୍ରିୟା ରଖୁଛନ୍ତି ତାହା ଆପଣ ନିଜେ ପଢ଼ିନିଅନ୍ତୁ I

Leave a Reply

Your email address will not be published. Required fields are marked *