ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂଲୱାମା ଆକ୍ରମଣ ପରେ କିଛି ଖାଇ ନଥିଲେ। ଆତ୍ମଘାତୀ ଆକ୍ରମଣ ପରେ ବି ନିଜର ପ୍ରଚାର ଓ ପ୍ରସାର ପାଇଁ ଡକୁମେନ୍ଟାରି ଫିଲ୍ମ୍ ର ସୁଟିଂ ରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ ବୋଲି ଗତକାଲି ଅଭିଯୋଗ କରିବା ପରେ ସରକାରୀ ସୂତ୍ର ରେ ଏହା କୁହାଯାଇଛି।
କଂଗ୍ରେସ ର ଅଭିଯୋଗ ଯେ ଫେବୃଆରୀ ୧୪ ତାରିଖ ଅପରାହ୍ନ ୩ ଟା ୧୦ ରେ ପୂଳୱାମା ରେ ଆତଙ୍କବାଦୀ ଆକ୍ରମଣ ହେଲା। ଭୟଂକର ଆକ୍ରମଣ ରେ ସିଆରପିଏଫ୍ ର ୪୦ ଜଣ ଯବାନ ସହୀଦ ହେଲେ। ସାରା ଦେଶ ରେ ସୋକ ର ଛାୟା ଖେଳିଯାଇଥିଲା। କିନ୍ତୁ ସନ୍ଧ୍ୟା ୬ ତ ୪୦ ମିନିଟ୍ ରେ ପ୍ରଧାନମନ୍ତ୍ରୀ ପ୍ରମୋସ୍ନାଲ୍ ଫିଲ୍ମ୍ ସୁଟିଂ ରେ ବ୍ୟସ୍ତ ଥିଲେ। ରାନଦିପ ସୁର୍ଜେୱାଲା ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ରାଜ ଧର୍ମ ଭୁଲିଯାଇଥିଲେ। ଯେତବଳେ ଦୁଃଖରେ ଦିବି ସାରା ଦେଶ ପାଟିକୁ ଦାନା ନେଉ ନଥିଲା , ସନ୍ଧ୍ୟା ୭ ଟା ବେଳେ ଗେଷ୍ଟ ହାଉସ ରେ ବସି ଚା ସିଙ୍ଗଡ଼ା ଖାଉଥିଲେ ମୋଦି।
ଏ ପ୍ରସଙ୍ଗ କୁ ଶେଷ କରିବାକୁ ସରକାରୀ ସୂତ୍ର ଫେବୃଆରୀ ୧୪ ତାରିଖ ଦିନ ର ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି। କାର୍ଯ୍ୟସୂଚୀ ଅନୁସାରେ ସକାଳ ପ୍ରାୟ ୭ ଟା ସମୟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଛାଡିଥିଲେ। ଡେରାଡୁନ ରେ ପହଞ୍ଚି ସେଠାରେ ଖରାପ୍ ପାଗ ଯୋଗୁଁ ପ୍ରାୟ ୪ ଘଣ୍ଟା ଅଟକିଥିଲେ। ପ୍ରାୟ ଦିନ ୧୧:୧୫ ସମୟରେ ସେ ଜିମ୍ କର୍ବେଟ୍ ଠାରେ ପହଞ୍ଚି ସେଠାରେ ୩ ଘଣ୍ଟା ବିତାଇଥିଲେ।
ଅପରାହ୍ନ ୩ ରେ ସେ ରୁଦ୍ରପୁର ଠାରେ ଏକ ସର୍ବସାଧାରଣ ରାଲି ରେ ସମ୍ବୋଧନ କରିବାରେ ଥିଲା, କିନ୍ତୁ ଖରାପ୍ ପାଗ ଓ ପୁଲୱାମା ଆକ୍ରମଣ ଯୋଗୁ ତାହା ବାତିଲ କରାଗଲା। ପୁଲୱାମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଜାତୀୟ ନିରାପତ୍ତା ପରାମର୍ଶଦାତା, ଗୃହମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କ ସହ କଥା ହୋଇଥିଲେ। ରାମପୁର ଗେଷ୍ଟ ହାଉସ ରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଏନ୍ଏସଏ, ରାଜ୍ୟପାଳ, ଏବଂ ଗୃହମନ୍ତ୍ରୀ ଙ୍କ ସହ ପୁଲୱାମା ସମ୍ପର୍କ ରେ କଥା ହୋଇଥିଲେ। ହେଲେ ଆକ୍ରମଣ ଯୋଗୁ ମୋଦି କିଛି ଖାଇନଥିଲେ। ରାମପୁର ରୁ ସନ୍ଧ୍ୟା ୭ ରେ ବାହାରି ବିଳମ୍ବିତ ସନ୍ଧ୍ୟା ରେ ଦିଲ୍ଲୀ ରେ ପହଞ୍ଚିଥିଲେ।