ମ୍ୟାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ୪ ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ୍‌ ଓ ନିରୀକ୍ଷକ ଙ୍କୁ ସସ୍‌ପେଣ୍ଡ କରାଗଲା

ଯେତେସବୁ ପ୍ରଚେଷ୍ଟା ସବୁ ତଳେ ପଡିଯାଇଥିଲା ,କାମ ଦେଲାନି ବିଭାଗୀୟ ଅଧିକାରୀ ଙ୍କ ପରିଚାଳନା କୁ ନେଇ ତିକ୍ଷମ ନଜର I ଶେଷରେ ଯେଉଁ ଡର ଥିଲା ସେୟା ହିଁ ହେଲା ,ପ୍ରଥମ ଦିନରୁ ମାଟ୍ରିକ ପ୍ରଶ୍ନପତ୍ର ଭାଇରଲ ହେଇଚି Iପ୍ରଥମ ଦିନରେ ମାତୃଭାଷା ଥିବାବେଳେ କିଛିସମୟ ପରେ ମାତୃଭାଷାର ପ୍ରଶ୍ନପତ୍ର ଲିକ ହେଇ ମୋବାଇଲ ରୁ ମୋବାଇଲ ଘୁରିବୁଲିଥିଲା I ପରୀକ୍ଷା ସରିବା ପୂର୍ବରୁ ବାହାରେ ବୁଲୁଥିଲା ପ୍ରଶ୍ନପତ୍ର I

ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀ ଙ୍କ ବାସଭବନ ରେ ଗତକାଲି କିଛି କର୍ମୀ ଙ୍କ ପକ୍ଷରୁ ମଧ୍ୟ ଘେରାଓ କରାଯାଇଥିଲା I

ତେବେ ସବୁଆଡେ ଗୋଟିଏ କଥା ସିସି ଟିଭି ତ ଲାଗିଥିଲା ପ୍ରଶ୍ନପତ୍ର କେମିତି ବାହାରକୁ ଆସିଲା ??ସୂଚନା ଅନୁଯାଇ ପ୍ରଥମେ ପ୍ରଶ୍ନପତ୍ର କନ୍ଧମାଳ ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ଭାଇରଲ ହେଇଥିଲା Iପ୍ରଥମେ ଏହାକୁ ଖଣ୍ଡନ କରି ମନ୍ତ୍ରୀ ଗୁଜବ ବୋଲି କହିଥିଲେ ମଧ୍ୟ ପରେ ଜଣାପଡିଥିଲା କି ଏହା ଗୁଜବ ନୁହେଁ ସତ ଅଟେ I ତେବେ ଘଟଣାର ତଦନ୍ତ କରି ଆଗକୁ ପୁନର୍ଚ୍ଚ ପରୀକ୍ଷା ରେ ବିଭ୍ରାଟ ନଘଟିବାକୁ ୪ଟି ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ ଓ ନିରୀକ୍ଷକ ଙ୍କୁ ଗତକାଲି ସସ୍‌ପେଣ୍ଡ କରାଯାଇଥିବା ସୂଚନା ଦିଆଯାଇଛି I

Leave a Reply

Your email address will not be published. Required fields are marked *