ମାତୃଭାଷା ରେ କପି କରି ଧରାପଡ଼ିଲେ ୭୮ ଜଣ ପରୀକ୍ଷାର୍ଥୀ

ଆରମ୍ଭ ହେଇସାରିଛି ମାଟ୍ରିକ ପରୀକ୍ଷା I 5ଲକ୍ଷ 72 ହଜାର 99 ଜଣ ଛାତ୍ରଛାତ୍ରୀ 2830 ଟି ପରୀକ୍ଷା କେନ୍ଦ୍ର ରେ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରଲ ହେଇଥିଲା I ଘଟଣାରେ 4ଜଣ ଙ୍କୁ ସସ୍ପେଣ୍ଡ ମଧ୍ୟ କରାଯାଇଛି I

ତେବେ ଗତକାଲି ମାତୃଭାଷା ଓଡ଼ିଆ ପରୀକ୍ଷା ଥିବାବେଳେ କପି ରୋକିବାକୁ ତ୍ରି ସ୍ତରୀୟ ସ୍କ୍ୱାଡ଼ ଗଠନ କରାଯାଇଥିଲା I ମାତୃଭାଷାରେ ଅଧିକାଂଶ ପରୀକ୍ଷାର୍ଥୀ ଭଲ କରିଥିବା ବେଳେ କିଛି ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି I ପ୍ରାପ୍ତ ସୂଚନା ଅନୁଯାଇ ଗତକାଲି ୭୮ ଛାତ୍ରଛାତ୍ରୀ କପି କରୁଥିବା ସମୟରେ ସ୍କ୍ୱାଡ଼ ଙ୍କ ହାତରେ ଧରାପଡ଼ିଛନ୍ତି I ସେହିପରି କାମାକ୍ଷାନଗରନିକଟରେ ଏକ ଦୁଖଦଃ ଘଟଣା ଘଟିଯାଇଛି I NH-53 ବାରିହାପୁର ନିକଟରେ ଗାଡି ଦୁର୍ଘଟଣା ରେ ଜଣେ ଛାତ୍ର ପରୀକ୍ଷା ଦେବାକୁ ଯାଉଥିବା ବେଳେ ଗୁରୁତର ଆହତ ହେଇଥିବା ନଜର କୁ ଆସିଛି I

Leave a Reply

Your email address will not be published. Required fields are marked *