ମୁଁହ ଖୋଲିଲେ ଜୁଏଲ କହିଲେ ସହିଦ ଙ୍କ ଦାଦା ମତେ ଠେଲି ନାହାନ୍ତି :ଦେବାଶିଷ ମିଛ କହୁଛନ୍ତି

କଟକରୁ ଯାଇ କଥା ଉଠିଲା ପାକିସ୍ତାନ ରେ I କେବଳ ଓଡିଶା ନୁହେଁ ଭାରତ ବଦନାମ ହେଲା ବିଧାୟକ ଦେବାଶିଷ ଙ୍କ ପାଇଁ I ସହିଦ ମନୋଜ ବେହେରାଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଘଟଣାରେ ବିଧାୟକ କ୍ଷମା ମାଗିଥିଲେ ମଧ୍ୟ ବିରୋଧୀ ବିଜେପି ଏବଂ କଂଗ୍ରେସ ଥାନାରେ ଏତଲା ଦେଇଛନ୍ତି I ତେବେ ନିଜ ଉପରୁ ଦୋଷ ଛଡ଼ାଇବାକୁ ବିଧାୟକ ଦ୍ୱିତୀୟଥର କ୍ଷମା ମାଗି କହିଥିଲେ ଯେ ସହିଦ ଙ୍କ ଦାଦା ସେଠାରେ ଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଙ୍କୁ ଠେଲିଦେବାରୁ ସେ ତାଙ୍କୁ ଟାଣି ଆଣି ବସିବାକୁ କହିଥିଲେ I

ଯଦିଓ ପୂର୍ବରୁ କହିଥିଲେ କି ସେ ଅଜାଣତରେ ତଣ୍ଟିଆ ମାରିଦେଇଥିଲେ ତାଙ୍କୁ ଜଣା ନଥିଲା କି ସେ ସହିଦ ଙ୍କ ଦାଦା I ୟା ମଧ୍ୟରେ ସହିଦ ଙ୍କ ଦାଦା ବିଧାୟକ ଙ୍କୁ କ୍ଲିନ ଚିଟ ଦେଇସାରିଲେଣି ନିଜର ମତ ପରିବର୍ତନ କରି I କିନ୍ତୁ ବିଧାୟକ କହିଥିବା ମିଛ ପଦାରେ ପଡିଛି I ନିଜେ ଜୁଏଲ ଓରାମ କହିଛନ୍ତି ଯେ ସେ ଉପସ୍ଥିତ ଥିବା ସମୟରେ ତାଙ୍କୁ ସହିଦ ଙ୍କ ଦାଦା ଠେଲି ନଥିଲେ ବିଧାୟକ ଭୁଲ ଏବଂ ମିଛ କହୁଛନ୍ତି I

ଘଟଣାର 10ଦିନ ବିତିଯାଇଥିଲେ ମଧ୍ୟ ଦଳର ସୁପ୍ରିମ ଏପର୍ଯ୍ୟନ୍ତ ଦେବାଶିଷ ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସବୁ ମହଲରେ ଚର୍ଚ୍ଚା ଧରିଛି I

Leave a Reply

Your email address will not be published. Required fields are marked *