କାର୍ଗିଲ ଯୁଦ୍ଧର ମହାନାୟକ ଥିଲେ ଅଭିନନ୍ଦନ ଙ୍କ ବାପା, ୪ହଜାର ଘଣ୍ଟାର ବିମାନ ଉଡ଼ାଣ କରି ପାକିସ୍ତାନ କୁ ଦେଇଥିଲେ ଚକମା

40ଯବାନ ଙ୍କ ପ୍ରତିବଦଳରେ ଭାରତ ପାକ ରେ ଧଶେଇପସି 1000କିଲୋ ଓଜନର ବୋମା ପକାଇ 300ରୁ ଉର୍ଧ ଆତଙ୍କୀ ଙ୍କୁ ଧ୍ବଂସ କରିବା ପରେ ପାକିସ୍ତାନ ମଧ୍ୟ ଭାରତ ସୀମା ଭିତରେ ଧସେଇ ପଶିବା ସମୟରେ ଭାରତୀୟ ସେନା ଆକ୍ରମଣ କରିବାରୁ ପାକ ସେନା ପଳାୟନ କରିଥିଲା କିନ୍ତୁ ଭାରତୀୟ କମାଣ୍ଡର ଅଭିନନ୍ଦନ ପାକ ସୀମା ଭିତରେ ଖସିପଡିଥିଲେ I ବହୁ ତୁମ୍ବିତୁଫାନ ପରେ ଶେଷରେ ବାଧ୍ୟ ହେଇ ପାକିସ୍ତାନ ଅଟକ ରଖିଥିବା ଅଭିନନ୍ଦନ ଙ୍କୁ ଆସନ୍ତା କାଲି ଛାଡିବ ବୋଲି ସୂଚନା ଦେଇଛି

I ତେବେ ଦେଶର ଅସଲ ହିରୋ ବାୟୁସେନା ଓ୍ଵିଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପ୍ରତି ସାରା ଦେଶ ଚିନ୍ତିତ ଅଛି I ସତୃଦେଶ ରେ ଯେଭଳି ପାକିସ୍ତାନ ଯବାନ ଙ୍କ ସାମ୍ନାରେ ସାହସ ଦେଖାଇଛନ୍ତି ସବୁମହଲରୁ ତାଙ୍କ ପାଇଁ ଦେଶବାସୀ ଗର୍ବ କରିଛନ୍ତି I ତେବେ କେବଳ କମାଣ୍ଡର ଅଭିନନ୍ଦନ ନୁହେଁ ତାଙ୍କ ପୁରା ପରିବାର ଦେଶ ପାଇଁ ସେବା କରିଆସୁଛନ୍ତି I ସ୍ତ୍ରୀ ,ବାପା-ଦାଦା ମଧ୍ୟ ଦେଶ ପାଇଁ ବାୟୁସେନା ରେ କାର୍ଯ୍ୟ କରିଛନ୍ତି I

ଅଭିନନ୍ଦନ ଙ୍କ ସ୍ତ୍ରୀ ତନଭି ମଧ୍ୟ ମାରୱାହ ଭାରତୀୟ ବାୟୁସେନାରେ ସ୍କ୍ୱାଡ୍ରନ ଲିଡର ଥିଲେ।ଏବଂ ଅବସର ନେଇସାରିଛନ୍ତି I ଜଣେ ସାହସି ଅଫିସର ଭାବେ ଅଭିନନ୍ଦନ ଙ୍କ ସ୍ତ୍ରୀଙ୍କ ବେସ ସୁନାମ ରହିଛି I ତେବେ ଅଭିନନ୍ଦନ ଙ୍କ ବାପା ହେଉଛନ୍ତି ଏସ୍ ଭର୍ତ୍ତମାନ I ପାଇଲଟ ଚାଳନାରେ ତାଙ୍କ ସମକ୍ଷକ ହେବା ଏତେ ସହଜ ନୁହେଁ I

କାର୍ଗିଲ ଯୁଦ୍ଧ ସମୟରେ ବାୟୁସେନାର ନେତୃତ୍ଵ ନେଇଥିଲେ ଅଭିନନ୍ଦନ ଙ୍କ ବାପା I ଲଗାତାର ୪ହଜାର ଘଣ୍ଟାର ବିମାନ ଉଡ଼ାଣ କରି ଶତ୍ରୁ[ଶତ୍ରୁପକ୍ଷ ଙ୍କୁ ଚକମା ଦେଖାଇଥିଲେ ଏହି ସାହସୀ ବୀର ଯବାନ Iଆଜି ତାଙ୍କ ପୁଅର ଏପରି କାର୍ଯ୍ୟରେ ଗର୍ବ ଅନୁଭବ କରିଛନ୍ତି ବାପା I ତଥାପି ବାପା ମନ ତ କେମିତି ସମ୍ଭାଳିବ ,ଠାକୁର ଙ୍କ ପାଖରେ ଗୁହାରି କରିଛନ୍ତି ପଣବନ୍ଦୀ ଥିବା ପୁଅ ଭଲରେ ଭାରତ ଫେରିଆସିବାକୁ I

Leave a Reply

Your email address will not be published. Required fields are marked *