ମନଇଛା ଖର୍ଚ ଚାଲିଛି କପିଳାସ ଚନ୍ଦ୍ରଶେଖର ଙ୍କ ଅର୍ଥ, କହିବାକୁ କେହି ନାହିଁ !!

ଢେଙ୍କାନାଳ ଜିଲ୍ଲାରେ ଅବସ୍ତିତ କପିଳାସ ମନ୍ଦିର ର ବିଶ୍ୱ ଐତିହ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି I କେବଳ ଓଡିଶା କି ଭାରତ ନୁହେଁ , ପାହାଚ ଏବଂ ବାରବାଙ୍କ ଚଢି ଶିବ ଙ୍କୁ ଦର୍ଶନ କରିବାକୁ ବିଦେଶୀ ଭକ୍ତ ମାନଙ୍କ ମଧ୍ୟ ଲମ୍ବା ଧାଡି ଲାଗିଥାଏ I ଭକ୍ତ ଙ୍କ ଦ୍ୱାରା ଦିଆଯାଉଥିବା ଅର୍ଥ ,ମନ୍ଦିର ର ମେଳା ସମୟରେ ଜାଗା ମଡ଼ାଣ ଅର୍ଥ ,ପIର୍କିଙ୍ଗ ପାଇଁ ଆଦାୟ ହେଉଥିବା ଅର୍ଥ ସବୁ ମନ୍ଦିର ର ଉର୍ନତିମୂଳକ କାର୍ଯ୍ୟ ,ଠାକୁରଙ୍କ ନୀତିକାନ୍ତି ,ମନ୍ଦିର ମରାମତି ରେ ଖର୍ଚ ହେବା ପାଇଁ ନିୟମ ରହିଛି I ଏପରିକି ଦେବତ୍ତର ବିଭାଗ ମନ୍ଦିର ନାମରେ ଥିବା କିଛି ଜମି ବିକ୍ରି ହେବାପରେ ମିଳିଥିବା ଟଙ୍କା କୁ ସ୍ଥାୟୀ ଜମା କରିଅଛି I ଜମା ହେଇଥିବା ଅର୍ଥର ସୁଦ୍ଧା ମଧ୍ୟ ଏହି ସବୁ କାମରେ ଲାଗିବା କଥା I ତେବେ ଏହିସବୁ ଅର୍ଥ କପିଳାସ ମନ୍ଦିର ରେ ନଲାଗି ମନଇଛା ଅପବ୍ୟୟ କରାଯାଉଥିବା ଅଭିଯୋଗ ହେଇଅଛି I ଯାହାକି ଶ୍ରଦ୍ଧାଳୁ ମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି I ନିୟମ ଅନୁଯାଇ ଜିଲ୍ଲାର ଦେବତ୍ତର ବିଭାଗ ଏହି ଟଙ୍କାକୁ ତାଙ୍କ ଅଧୀନ ରେ ଥିବା ମନ୍ଦିର ,ମଠ ର ମରାମତି ଏବଂ ଉର୍ନ୍ନତିକରଣ ପାଇଁ ବ୍ୟୟ ବରାଦ କରିପାରିବେ I କିନ୍ତୁ ଦେବତ୍ତର ବିଭାଗ ଏସବୁ ନିୟମ କୁ ଫୁ କରି ମନଇଛା ଟଙ୍କା ଅପବେୟ କରିବାରେ ଲାଗିଛନ୍ତି I ଏଣ୍ଡIମେଣ୍ଡ କମିଶନ ଙ୍କ ବିନା ଅନୁମତିରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ଅଭିଯୋଗ ହେଇଚି ,ଏପରିକି ଦେବତ୍ତର ବିଭାଗ ଅଧୀନ ରେ ଯେଉଁ ସବୁ ମନ୍ଦିର ନାହିଁ ସେସବୁ କୁ ଅର୍ଥ ଦିଆଯାଇଛି I ସୂଚନା ଅନୁଯାଇ ଯୋରନ୍ଦା ମେଳା ପାଇଁ 7ଲକ୍ଷ 75ହଜାର ଟଙ୍କା ଦେଇଛି ଦେବତ୍ତର ବିଭାଗ ଯାହାକୁ ନେଇ ପ୍ରଶ୍ନ ଉଠିଛି କାହିଁକିନା ଏହା ଦେବତ୍ତର ବିଭାଗ ଅଧୀନ ରେ ନାହିଁ I

ତେବେ କଥା ଉଠୁଛି କାହା ପରାମର୍ଶରେ ଯୋରନ୍ଦା ମେଳା ପାଇଁ ଦିଆଯାଇଛି ପଇସା ??ଏପରିକି ଏଣ୍ଡIମେଣ୍ଡ କମିଶନ ମଧ୍ୟ ଅନୁମୋଦନ ଦେଇନଥିବା ଜଣାପଡିଛି I କେବଳ ଏତିକି ନୁହେଁ କପିଳାସ ରେ ଦୀର୍ଘ ଦିନ ଧରି ଚନ୍ଦ୍ରଶେଖର ଜୀଉ କଳାପରିଷଦ ପକ୍ଷରୁ ଭଜନ ସମାରୋହ ହେଉଥିଲେ ମଧ୍ୟ ଦେବତ୍ତର ବିଭାଗ କୌଣସି ପଇସା ଦେଉନଥିବା ବେଳେ ଏବର୍ଷ ଏକ ଭଜନ ସମାରୋହ ପାଇଂ ଏଣ୍ଡIମେଣ୍ଡ କମିଶନ ଙ୍କ ବିନା ଅନୁମତି ରେ ଜିଲ୍ଲା ସଂସ୍କୃତି ବିଭାଗକୁ ଦୁଇଟି ପର୍ଯ୍ୟାୟରେ 14ଲକ୍ଷ 24ହଜାର ଦିଆଯାଇଛି I ଏହାଛଡା ବିନା ଟେଣ୍ଡର ରେ କାର୍ଯ୍ୟ ହେବା , 2017 ରୁ 2019 ମଧ୍ୟରେ ପାଖାପାଖି 65ଲକ୍ଷ ଟଙ୍କା ବ୍ୟୟବରାଦ ହେଇ ଅର୍ଥ ଦିଆଯାଇଥିଲେ ମଧ୍ୟ ଏହାର କୌଣସି ବିବରଣୀ ନଥିବା ଅଭିଯୋଗ ହେଇଚି I ଏନେଇ ଘଟଣା ସମ୍ପର୍କ ରେ ଖବରକାଗଜ ର ପୃଷ୍ଠା ମଣ୍ଡନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ I

Leave a Reply

Your email address will not be published. Required fields are marked *