ଦମ୍ଭ ଦେଖାଇଲେ ଶ୍ରମିକ ନେତା ,ଅର୍ଥମନ୍ତ୍ରୀ ଙ୍କ ଅନୁରୋଧ କୁ କଲେ ପ୍ରତ୍ୟାଖାନ କହିଲେ ପ୍ରଥମେ ରେଗୁଲାର କର ପରେ ଆଲୋଚନା

ବାରମ୍ବାର ପ୍ରତିଶୃତି ଦେଇ ମଧ୍ୟ କୌଣସି ସମାଧାନ ହେଉନଥିବାରୁ ଗତକାଲି ବିଦ୍ୟୁତ କର୍ମଚାରୀ ମାନେ ଲୋୟର ପିଏମଜି ଠାରେ ନିଜର ଶକ୍ତି ଦେଖାଇଛନ୍ତି I ପୋଲିସ ସହିତ ଧସ୍ତାଧସ୍ତି କରି ବିଧାନସଭା ଘେରାଓ କରିବାକୁ ଚେଷ୍ଟା କରିଥିଲେ ,ତେବେ ବିଦ୍ୟୁତ କର୍ମଚାରୀ ନେତା ଯତୀନ୍ଦ୍ର ରାୟ ସୂଚନା ଦେଇ କହିଛନ୍ତି ଯେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବୈଠକ ପାଇଁ ଡାକିଥିଲେ ଏବଂ ଆନ୍ଦୋଳନ ରୁ ଉଠିଯିବାକୁ ଅନୁରୋଧ କରିଥିଲେ ତେବେ ଏହାକୁ ବିଦ୍ୟୁତ କର୍ମଚାରୀ ନେତା ମାନେ ପ୍ରତ୍ୟାଖାନ କରିବା ସହିତ ଯେ ପର୍ଯ୍ୟନ୍ତ ସମାଧାନ ନହେଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ରୁ ଉଠିବେ ନାହିଁ ବୋଲି କହିଛନ୍ତି I

ଆସନ୍ତା ଦୁଇ ତାରିଖରେ ସବୁ ଅଞ୍ଚଳରୁ ବିଦ୍ୟୁତ କର୍ମଚାରୀ ଏକାଠି ହେଇ ସରକାର ଙ୍କ ଚାପ ପକାଇବାକୁ କର୍ମଚାରୀ ଙ୍କୁ ଯତୀନ୍ଦ୍ର ରାୟ ଅନୁରୋଧ କରିଛନ୍ତି I ସୂଚନା ଥାଉ କି ଫେବୃଆରୀ 6ତାରିଖରୁ 5ଦଫା ଦାବି ନେଇ ରାଜ୍ୟର ବିଭିର୍ଣ୍ଣ ବିଦ୍ୟୁତ ଡିଭିଜନ ରୁ କର୍ମଚାରୀ ମାନେ ଆନ୍ଦୋଳନ ରେ ବସିରହିଥିଲେ ମଧ୍ୟ ସରକାର ବିଦ୍ୟୁତ କର୍ମଚାରୀ ଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଆସିଛନ୍ତି I

5ଦଫା ଦାବିରେ ଠିକା କର୍ମଚାରୀଙ୍କୁ ନିୟମିତ ଏବଂ ସର୍ବନିମ୍ନ ଦରମା ପ୍ରସଂଗ ରହିଛି I ଏହାପୂର୍ବରୁ ମଧ୍ୟ ଠିକା କର୍ମଚାରୀ ଙ୍କୁ ନିୟମିତ କରାଯିବାକୁ ବାରମ୍ବାର ପ୍ରତିଶୃତି ଦିଆଯାଉଥିଲେ ବି କେବଳ ପ୍ରତିଶୃତି ରେ ରହିଯାଇଛି I

Leave a Reply

Your email address will not be published. Required fields are marked *