ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ନିୟମ ! ପରୀକ୍ଷା ହଲକୁ ହାତଘଣ୍ଟା ନେଇପାରିବେ ନାହିଁ ପରୀକ୍ଷାର୍ଥୀ

ଚଳିତ ବର୍ଷ ମାର୍ଚ୍ଚ ମାସ ୭ ତାରିଖ ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୦ ରେ ଶେଷ ହେବ। ୨୦୧୯ ରେ ୧୦୯୧ ଟି କେନ୍ଦ୍ର ରେ +୨ ପରୀକ୍ଷା ହବ। ୩ ଲକ୍ଷ ୬୯ ହଜାରେ ଛାତ୍ର ଛାତ୍ରୀ ଏହି ପରୀକ୍ଷା ଦେବେ। ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ୍ ଘଟଣା ଯେପରି +୨ ରେ ନ ହୁଏ ସେଥି ନେଇ ସରକାର କଡା କଡି ନିୟମ ଜାରି କରିଛନ୍ତି।

ଏଥିପାଇଁ ସରକାର ପରୀକ୍ଷା ହଲ୍ କୁ ହାତ ଘଣ୍ଟା ଓ ମୋବାଇଲ ଫୋନ ଆଦି ନେବାକୁ ବାରଣ କରାଯାଇଛି। ଏଥି ସହିତ ବର୍ତମାନ ସୁଦ୍ଧା ୯୩୭ ଟି ସେଣ୍ଟର୍ ରେ ସି ସି କ୍ୟାମେରା ଲଗିସାରିଚି। ୭ ରୁ ୯.୩୦ ମଧ୍ୟରେ ସମସ୍ତ ପରୀକ୍ଷା କେନ୍ଦ୍ର ରେ ପ୍ରଶ୍ନପତ୍ର ପହଞ୍ଚିଯିବ। ଏହା ଛଡ଼ା ସୂପରିଟେଣ୍ଡେନ୍ଟେ ଙ୍କ ବ୍ୟତୀତ ଅନ୍ୟ କେହି ବି ମୋବାଇଲ ଫୋନ ଧରି ପାରିବେ ନାହିଁ ବୋଲି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି

Leave a Reply

Your email address will not be published. Required fields are marked *