ଭାରତ ର ସାଟେଲାଇଟ୍ ନଜର ରେ ସାରା ପାକିସ୍ତାନ:୮୨% ଭାଗର ସୂକ୍ଷ୍ମ ବିଶ୍ଳେଷଣ କରୁଛି ଉପଗ୍ରହ

ଭାରତୀୟ ସେନାର ଶାଣିତ ଯୋଜନାର ସଫଳ ରୂପାୟନ ପଛରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ )ଦ୍ବାରା ପ୍ରେରିତ ଉପଗ୍ରହଗୁଡ଼ିକର ପ୍ରମୁଖ ଭୂମିକା ରହିଛି।ଏହି ସବୁ ଉପଗ୍ରହର ଖଚିତ ଅତ୍ୟାଧୁନିକ କ୍ୟାମେରା ଗୁଡ଼ିକ ପାରମ୍ପରିକ ଶତ୍ରୁ ରାଷ୍ଟ୍ର ପାକିସ୍ଥାନ ଉପରେ ତୀକ୍ଷ୍ଣ ନଜର ରଖିଛି।ଏପରିକି ସମଗ୍ର ପାକିସ୍ଥାନକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ସହ ଏହାର ୮୭ ପ୍ରତିଶତ ଅଞ୍ଚଳର ସୂକ୍ଷ୍ମ ବିଶ୍ଳେଷଣ କରି ଏହାର ଏଚଡ଼ି ତଥ୍ୟ ମଧ୍ୟ ତୁରନ୍ତ ଯୋଗାଇପାରୁଛି।

ଏହାଦ୍ବାରା ପାକିସ୍ଥାନୀ ମାଟିରେ କିଏ,କେଉଁଠି ଓ କିପରି ଆତଯାତ ହୋଇ ତାହାର ଟିକିନିଖି ବିବରଣୀ ଭାରତୀୟ ସେନା ପାଇ ପାରୁଛି।ଇସ୍ରୋ ର ଏହି ବିରଳ ଜ୍ଞାନକୌଶଳର ଉପଲବ୍ଧି ହିଁ ଭାରତୀୟ ବାୟୁସେନା କୁ ସଦ୍ୟ ସଂରକ୍ଷିତ ବାଲାକୋଟ ବୋମାମାଡ କୁ ଶତପ୍ରତିଶତ ସଫଳତା ଦେଇ ପାରିଛି।

ସୂଚନା ଯୋଗ୍ୟ ଯେ ଇସ୍ରୋ ଦ୍ୱାରା ପ୍ରେରିତ ମୁଖ୍ୟତଃ ଜିସାଟ୍ ୭, ଆଇଆର୍ ଏନ୍ ଏସ ଏସ,ମାଇକ୍ରୋ ସାଟ୍ ଶ୍ରେଣୀର ଉପଗ୍ରହ ଖଞ୍ଜାଯାଇଥିବା କ୍ୟାମେରା ଗୁଡ଼ିକ ପଡୋଶୀ ରାଷ୍ଟ୍ର ସମୂହ ମୋଟ ୫୫ ଲକ୍ଷ ବର୍ଗ କିଲୋମିଟର୍ ଅଞ୍ଚଳ ଉପରେ ଦୃଷ୍ଟି କରାଯାଉଛି।

Leave a Reply

Your email address will not be published. Required fields are marked *