ଅନୁକମ୍ପା ରାଶି ହଡପ କରିବା ପାଇଁ ଦିଅରକୁ ବାହା ହେବା ଲାଗି ସହିଦଙ୍କ ପତ୍ନୀଙ୍କ ଉପରେ ଚାପ ପକାଉଛନ୍ତି ଶ୍ବଶୁର ଘର ଲୋକେ : ଥାନାରେ ମାମଲା

ଫେବୃଆରୀ ୧୪ ତାରିଖ ରେ ପୁଲୱାମା ରେ ହୋଇଥିବା ଆତଙ୍କି ହମଲା ରେ ୪୨ ଜଣ ଯବାନ ସହୀଦ ହୋଇଥିଲେ। ଶହିଦ ହୋଇଥିବା ଯବାନ ମାନଙ୍କ ମଧ୍ୟରୁ ଜଣେ ଥିଲେ କର୍ଣ୍ଣାଟକ ର ଏଚ୍.ଗୁରୁ। ଶହିଦ ଏଚ.ଗୁରୁ ଙ୍କ ବିଧବା ପତ୍ନୀ ଙ୍କ ସାମ୍ନା ରେ ଏବେ ଗୋଟିଏ ନୂଆ ସମସ୍ୟା ଠିଆ ହୋଇଛି। ଶହିଦ ଏଚ଼.ଗୁରୁ ଙ୍କ ପତ୍ନୀ କଳାବତି ଙ୍କୁ ତାଙ୍କ ଶଶୁର ଘର ଲୋକ ନିଜ ଦିଅର କୁ ବିବାହ ବାହା ହେବା ପାଇଁ ବାଧ୍ୟ କରୁଛନ୍ତି।

ଶହିଦ ଙ୍କ ବିଧବା ପତ୍ନୀ ଙ୍କୁ ବିବାହ ପାଇଁ ବାଧ୍ୟ କରିବା ପଛର କାରଣ ହେଉଛି ଅନୁକମ୍ପା ରାଶି। ୧୫ ଦିନ ପୂର୍ବରୁ ତାଙ୍କ ପତି ଙ୍କ ଦେହାନ୍ତ ହୋଇଛି। ଏଭଳି ପରିସ୍ଥିତି ରେ ତାଙ୍କ ଶଶୁର ଘର ର ଲୋକେ ଦ୍ଵିତୀୟ ବିବାହ ପାଇଁ ବାଧ୍ୟ କରିଛନ୍ତି।

କଳାବତି ଙ୍କ ବୟସ ମାତ୍ର ୨୫ ବର୍ଷ। ସ୍ବାମୀ ଶହିଦ ହୋଇଥିବାରୁ ସରକାରଙ୍କ ତରଫ ରୁ ତାଙ୍କୁ ସରକାର ଙ୍କ ତରଫ ରୁ ଅନୁକମ୍ପା ରାଶି ମିଳିବାରେ ଅଛି। ଅପରପକ୍ଷରେ ମନ୍ତ୍ରୀ ଓ ଅଭିନେତା ମାନେ କଳାବତିି ଙ୍କୁ ଅଧା ଏକର ଜମି ଦେବେ ବୋଲି ଘୋଷଣା କରିଛନ୍ତି। ଜମି ଏବଂ ଟଙ୍କା ଉଦ୍ଦେଶ୍ୟ ରେ ଶଶୁରଘର ଲୋକେ କଳାବତିି ଙ୍କୁ ତାଙ୍କ ଦିଅର ଙ୍କୁ ବିବାହ କରିବାକୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। କିନ୍ତୁ କଳାବତିି ତାଙ୍କ ଦିଅର ଙ୍କୁ ବିବାହ କରିବାକୁ ଚାହୁନାହାନ୍ତି। ଏଥି ପାଇଁ ସେ ପୋଲିସ ର ସହାୟତା ଲୋଡିଛନ୍ତି। ଏହା ନେଇ ପୋଲିସ କହିଛନ୍ତି ଯେ ଯଦି କଳାବତିି ଙ୍କୁ ହଇରାଣ କରାଯାଏ ତେବେ ଶଶୁର ଘର ଲୋକଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *