ଯୁଦ୍ଧ ଭଳି ପରିସ୍ଥିତି ଯୋଗୁଁ ଘୁଞ୍ଚିବ ନାହିଁ ସାଧାରଣ ନିର୍ବାଚନ : ନିର୍ବାଚନ କମିଶନ

ନିର୍ଦ୍ଧାରିତ ସମୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଭାରତ ର ମୁଖ୍ୟ ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଯୋଗୁ ନିର୍ବାଚନ ବିଳମ୍ବିତ ହୋଇପାରେ ବୋଲି ଆକଳନ କରାଯାଇଥିଲା। ତେବେ ନିର୍ବାଚନ ନିର୍ବାଚନ ବିଳମ୍ବିତ ହୋଇପାରେ ବୋଲି ଆକଳନ କରାଯାଇଥିଲା। ତେବେ ନିର୍ବାଚନ ଘୁଞ୍ଚିଲାଭଳି କୌଣସି ପରିସ୍ଥିତି ହୋଇନି ବୋଲି କମିଶନ ପ୍ରକାଶ କରିଛନ୍ତି।

ପୂର୍ବରୁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ନିର୍ବାଚନ ତାରିଖ ଘୋଷଣା ହବ ବୋଲି ସଂକେତ ଦେଇଥିଲେ। ସେହି ଅନୁସାରେ ୬ ତାରିଖ ରେ ନିର୍ବାଚନ ତାରିଖ ଘୋଷଣା ହେବା ବୋଲି ଆଶା କରାଯାଇଛି।
ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ସହ ଓଡ଼ିଶା ବିଧାନସଭା ର ମଧ୍ୟ ୧୪୭ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ପାଇଁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି ଜାରି ରହିଛି। ଗତ ମାସରେ ମୁଖ୍ୟ ନିର୍ବାଚନ ଅଧିକାରୀ ଚୁଡାନ୍ତ ଭୋଟର ତାଲିକା ମଧ୍ୟ ପ୍ରକାଶ କରିସାରିଛନ୍ତି। ପୋଲିସ ଏବଂ ସୁରକ୍ଷା ବାହିନୀ ଙ୍କ ପ୍ରଥମ ପର୍ଯ୍ୟାୟ ଭୋଟ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଛି। ନିର୍ବାଚନ କୁ ନିରପେକ୍ଷ ଓ ଅବାଧ କରିବା ପାଇଁ ରାଜ୍ୟ ର ବିଭିନ୍ନ ରାଜନୈତିକ ଦଳ ମୁଖ୍ୟ ନିର୍ବାଚନ କମିଶନ ଙ୍କୁ ଭେଟି ବିଭିନ୍ନ ପ୍ରସ୍ତାବ ଦେଇଥିଲେ।

Leave a Reply

Your email address will not be published. Required fields are marked *