କଳାଟଙ୍କା ଏବଂ ନିଜର ବ୍ୟବସାୟ ର ସୁରକ୍ଷିତ ପାଇଁ ବିଜେପି ରେ ଯୋଗ ଦେଇଛନ୍ତି :ପ୍ରତାପ

ବିଜେଡି ରୁ ନିଲମ୍ବନ ପରେ ଇସ୍ତଫା ଦେଇଥିବା ବୈଜୟନ୍ତ ଦୀର୍ଘ ଦୀର୍ଘ 9ମାସ ପର୍ଯ୍ୟନ୍ତ ଓଡିଶା ସାରା ବୁଲି ବୁଲି ହେଉଯାଉ ଚା ଖଟି କରି ଲୋକଙ୍କ ମତାମତ ସଂଗ୍ରହ କରୁଥିଲେ I ୟା ମଧ୍ୟରେ ବିଜେଡି ରୁ ବାହାରିବା ପରେ ଯେଉଁଭଳି ଭାବରେ ବୈଜୟନ୍ତ ଙ୍କ ହେଲିକପ୍ଟର ଜବତ ହେଉ କିମ୍ବା ଇମ୍ଫା ରେ ଅଚଳାବସ୍ଥା ସୃଷ୍ଟି କରିବା ହେଉ ,ଓଟିଭି ଉପରେ ଆକ୍ରୋଶମୂଳକ ଆକ୍ରମଣ ,ଇତ୍ୟାଦି ଘଟଣା ରେ ବୈଜୟନ୍ତ ସମ୍ପୂର୍ଣ୍ଣ ଚାପଗ୍ରସ୍ତ ହେଇଥିବା ମନେହୁଏ I ସେଥିପାଇଁ ସବୁଆଡୁ ଭାବିଚିନ୍ତି ଶେଷରେ ବିଜେପି ରେ ଯୋଗଦେବାକୁ ନିଷ୍ପତି ନେଇଥିଲେ ବୈଜୟନ୍ତ ଏବଂ ଗତକାଲି ଦିଲ୍ଲୀ ର ବିଜେପି ମୁଖ୍ୟ କାର୍ଯ୍ୟାଳୟ ରେ ଯୋଗ ଦେଇଛନ୍ତି I

ତେବେ ବୈଜୟନ୍ତ ଯୋଗ ଦେବା ଅବସରରେ କହିଛନ୍ତି କି ବିଗତ 22ବର୍ଷ ତଳେ ସେ ବିଜେପି ରେ ମିଶିବା ପାଇଁ ଚିନ୍ତା କରିଥିଲେ I ଏହାକୁ ନେଇ ଏବେ ରାଜନୀତି ଚର୍ଚା ଜୋର ଧରିଛି I ବିଜେଡି ପକ୍ଷରୁ ପ୍ରତାପ ଜେନା କହିଛନ୍ତି ଯେ ବୈଜୟନ୍ତ ହେଉଛନ୍ତି ଶତାବ୍ଦିର ବଡ ବେଇମାନ

I ବିଜେଡି ତାଙ୍କୁ ଦୀର୍ଘ 20ବର୍ଷ ମଧ୍ୟରେ ଚାରିଥର ସାଂସଦ କରିଥିବା ବେଳେ ସେ 22ବର୍ଷ ଧରି ବିଜେଡି ସହିତ ଧୋକା ଦେଇଛନ୍ତି I ନିଜର କଳାଟଙ୍କା ଏବଂ ବ୍ୟବସାୟ ର ସୁରକ୍ଷିତ ପାଇଁ ବିଜେପି ରେ ଯୋଗ ଦେଇଛନ୍ତି ବୈଜୟନ୍ତ I

Leave a Reply

Your email address will not be published. Required fields are marked *