ଦୁଦୁରା ଗଛର ଚମତ୍କାରୀ ଔଷଧୀୟ ଗୁଣ I

ବାଡ଼ି ବଗିଚାରେ ଆପଣମାନେ ସାଧାରଣତଃ ଦୁଦୁରା ଗଛ ଦେଖିଥିବେ I ଏହାର ଫୁଲ କୁ ଶିବ ଙ୍କ ଉପରେ ଲାଗି କରାଯାଇଥାଏ I ତେବେ କଣ ଆପଣ ଜାଣିଛନ୍ତି କି ଏହାର ଔଷଧୀୟ ଗୁଣ ବିଷୟରେ ?ଏହି ଗଛ ଆସ୍ଥମା ରୋଗର ରାମବାଣ ଅଟେ I ଦୁଦୁରା ଗଛର ସିଧା ମଝି ଭାଗ ଟିକୁ ସେବନ କଲେ ପାଗଳପନ ଦୂର ହୋଇଥାଏ I ଆୟୁର୍ବେଦ ଭିତରେ ଯେଉଁ ବିଷ ଗଛକୁ ଗଣନା କରାଯାଇଛି ସେଥିରେ ଧାତୁରା ଗଛବି ଆସେ

I ଏଥିପାଇଁ ପ୍ରୟୋଗ କରିବା ସମୟରେ ସାଵଧାନରେ ପ୍ରୟୋଗ କରିବା ଦରକାର I ଯାହାକୁ ଆସ୍ଥମା ,ଶ୍ୱାସ ,ଓ କଫ ରୋଗ ହୋଇଥାଏ ତାପାଇଁ ଏହି ଗଛ ରାମବାଣ ଅଟେ I ତାର ପ୍ରୟୋଗକୁ ଆମକୁ ଭଲ ଭାବରେ ବୁଝିବାକୁ ପଡିବ I ଦୁଦୁରା ଫଳକୁ ଓ ଶୁଖିଲା ପତ୍ରକୁ ଖରାରେ ଶୁଖାଇଦେବ

I ଫଳ ଓ ପତ୍ରକୁ ବରାବର ମାତ୍ରାରେ ବାଟିକି ତାକୁ ନେଇ ଛୋଟ ମାଠିଆରେ ପକାଇ ସେଇ ମାଠିଆକୁ ନେଇ ଜଳୁଥିବା ଅଙ୍ଗାର ନିଆଁରେ ଥୋଇବ ତାପରେ ସିଏ ଭସ୍ମ ହୋଇଯିବ I ସେହି ଭସ୍ମ କୁ ବାହାର କରିକି ଆଣି ରଖିବ ସେଥିରୁ ଅଧା ଗ୍ରାମ ନେଇ ମହୁରେ ମିଶାଇ ଚାଟି ଖାଇଲେ ଶ୍ୱାସ ,କଫ ଓ ଆସ୍ଥମା ଭଲ ହୋଇଯିବ I ଏନେଇ ଆୟୁର୍ବେଦିକ ଆଚାର୍ଯ୍ୟ ବାଲକ୍ରିଷ୍ଣା ମଧ୍ୟ ନିଜର ୟୁଟୁବ ଚାନେଲ ରେ ବର୍ଣ୍ଣନା କରିଛନ୍ତି I

Leave a Reply

Your email address will not be published. Required fields are marked *