ଅସହ୍ୟ ହେଲା ବିଜୁ ଯୁବ ଛାତ୍ର ନେତାଙ୍କ ଦାଦା ଗିରି ,ସିଲଟ ଧରାଇଦେଲା ପୋଲିସ I ଥାନା ରେ ପସି ପୋଲିସ କୁ ବାଡେଇଥିଲେ

ଦିନକୁ ଦିନ ବିଜୁ ଯୁବ ବାହିନୀ ନାମରେ ଗୁଣ୍ଡାଗିରି ର ସଂଗୀନ ଅଭିଯୋଗ ଆସୁଥିବା ବେଳେ ବିରୋଧୀ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ ବିଜୁ ଯୁବ ବାହିନୀ ନୁହେଁ ଗୁଣ୍ଡା ବାହିନୀ I ନିକଟରେ ପୁଣି ଅଭିଯୋଗ ଆସିଥିଲା ବିଜୁ ଛାତ୍ର ନେତା ଙ୍କ ନାମରେ I ଖାଲି ଅଭିଯୋଗ ନୁହେଁ ଥାନାରେ ପସି ଗଣ୍ଡଗୋଳ କରିବା ସହିତ ଥାନାରେ ଥିବା ପୋଲିସ ଙ୍କୁ ନିର୍ଘାତ ମାଡ ମାରି ଲହୁ ଲୁହାଣ କରିଥିଲେ ବିଜୁ ଜନତା ଦଳର ଛାତ୍ର ନେତା I ସୂଚନା ଅନୁଯାଇ 3ତାରିଖ ରାତିରେ ଭିଏସ୍ଏସ୍‌ ନଗରରେ ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କ ଜଣେ ବନ୍ଧୁଙ୍କ କାର ସହିତ ଜଣେ ବାଇକ ଚାଳକ ଙ୍କର ଦୁର୍ଘଟଣା ହେବାରୁ ଉଭୟ ଗୋଷ୍ଠୀ ଥାନାରେ ଏତଲା ଦେଇଥିଲେ I

ତେବେ ଥାନାରେ ଉଭୟ ଗୋଷ୍ଠୀ ଙ୍କର ତୁମୁଳ କାଣ୍ଡ ହେବା ସହ ପୋଲିସ କୁ ନିର୍ଘାତ ପିଟିଥିଲେ ବିଜୁ ଜନତା ଦଳର ଛାତ୍ର ନେତା ତଥା ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସମ୍ପାଦକ ଅମିତ ଜେନା ଓ ଶିବାନନ୍ଦ ନାଥ।ଘଟଣାର ସିସି ଟିଭି ଯାଞ୍ଚ କରି ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସମ୍ପାଦକ ଅମିତ ଜେନା ଓ ଶିବାନନ୍ଦ ନାଥ ଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ କୁହାଯାଉଥିବା ପ୍ରକାଶ ଙ୍କ ପତ୍ତା ପାଉନି ପୋଲିସ I ତେବେ ସହିଦ ନଗର ଥାନା ରେ ପଶି ହିରୋଗିରି କରୁଥିବା ଛାତ୍ର ନେତାଙ୍କୁ ସିଲଟ ଧରାଇଛି ପୋଲିସ I

ପ୍ରଥମଥର ପାଇଁ ସିଲଟ ଧରାଇ କ୍ୟାମେରା ସାମ୍ନାକୁ ଆଣି ଫୋଟ ଦେବା ପରେ ଏବେ ଚର୍ଚ୍ଚା ଚାଲିଛି କି ଛାତ୍ର ନେତାଙ୍କ ହିରୋଗିରି ପାଣିରେ ମିଳାଇଗଲା I ଶେଷରେ ସିଲଟ ଧରିଲେ ବିଜେଡି ଛାତ୍ର ନେତା I

Leave a Reply

Your email address will not be published. Required fields are marked *