କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ ଆହତ

୨୦୦୯ ମସିହାରେ ହୋଇଥିବା ସୁଲେମାନର ହତ୍ୟାକାରୀ ବିଜୟ ନାୟକ ଏନ୍ କାଉଣ୍ଟର ହୋଇଛି।ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ସଦର ପୋଲିସ ଏବଂ ସ୍ପିସିଆଲ ସ୍କୁର୍ଡ୍ ମିଳିତ ଭାବେ ଏନ୍ କାଉଣ୍ଟର କରିଛନ୍ତି।ବିଜୟର ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି।୫ ନଂ କ ଜାତୀୟ ରାଜପଥ କଳା ଗଡ ଠାରେ ପୋଲିସ କୁ ଦେଖି ଖସିଯିବାକୁ ବସିଥିବା ବେଳେ ପୋଲିସ ଗୁଳିରେ ଶିକାର ହୋଇଥିଲେ ବିଜୟ।ତେବେ ୨୦୦୯ ମସିହା ସୁଲେମାନ ହତ୍ୟାକାଣ୍ଡ ପର ଠାରୁ ବିଜୟ ନକଲି ପ୍ରମାଣପତ୍ର ସହ ବୁଲୁଥିଲେ।ବିଜୟଙ୍କ ନାମରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଥାନାରେ ଚୋରି,ଡକାୟତି,ହତ୍ୟା,ଦାଦାଗିରି ପ୍ରଭୃତି ୧୦୦ ରୁ ଅଧିକ ମାମଲା ରହିଛି।ବିଜୟ ନିକଟରୁ ପୋଲିସ ଏକ ମାଉଜର,ଏକ ବାଇକ୍,ନକଲି ଭୋଟର୍ ପରିଚୟ ପତ୍ର ଜବତ କରିଛି।

Leave a Reply

Your email address will not be published. Required fields are marked *