କୁହାଯାଏ କୁକୁର ହିଁ ମଣିଷର ସବୁଠୁ ବିଶ୍ୱାସଯୋଗ୍ୟ I ସେଥିପାଇଁ ମଣିଷ ନିଜର ସୁରକ୍ଷା ପାଇଁ ପାଖରେ କୁକୁର ରଖିଥାଏ I ମାଲିକ ପାଇଁ କୁକୁର ଜୀବନ ଦେବା ଭଳି ଅନେକ ଘଟଣା ଆପଣ ମାନେ ଶୁଣିଥିବେ ତେବେ ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜଟଣୀରେ I ମାଲିକ କୁ ବଞ୍ଚାଇବାକୁ କୁକୁର ନିଜ ଜୀବନ ଦେଇଦେଇଛି I ଘଟଣାଟି ଏବେ ଚର୍ଚା ବିଷୟ ପାଲଟିଛି I ସୂଚନା ଅନୁଯାଇ ଜଟଣୀ ର ଅମିନ ସରିଫ୍ଙ୍କ ଘରେ ଏକ କୁକୁର ରଖିଥିଲେ I ଶ୍ରଦ୍ଧାରେ ନାମ ଦେଇଥିଲେ ‘ଟାଇସନ୍ I ଜାଗର ରାତ୍ରିରେ ଏକ ବିଷଧର ନାଗ ସାପ ପଶିଆସିଥିଲା ତାଙ୍କ ଘର ଭିତରକୁ ତେବେ ନାଗକୁ ଘର ଭିତରକୁ ପଶିବାକୁ ନଦେଇ ରାସ୍ତା ଅବରୋଧ କରିଥିଲା ‘ଟାଇସନ୍ I ନାଗ ଏବଂ କୁକୁର ର ଭୟଙ୍କର ଲଢେଇ ରେ ଶେଷରେ ହାର ମାନିଥିଲା ନାଗ ଏବଂ କୁକୁର ଆଘାତରେ ମୃତ୍ୟୁ ବରଣ କରିଥିଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ‘ଟାଇସନ୍ ମଧ୍ୟ ନାଗର ଆଘାତରେ ମୃତ୍ୟୁବରଣ କରିଛି I ମାଲିକ କୁ ବଞ୍ଚାଇବାକୁ କୁକୁର ର ଏଭଳି ତ୍ୟାଗ ସାରା ସହରରେ ଚର୍ଚା ର ବିଷୟ ପାଲଟିଛି I