ମହିଳାଙ୍କୁ ଥାନା ଭିତରେ ମାଡ ମାରି ଏଏସଆଇ ନିଲମ୍ବିତ :ସୋସିଆଲ ମିଡ଼ିଆ ମହିଳାଙ୍କୁ ଦେଲା ନ୍ୟାୟ

ମହଙ୍ଗା ପଡିଛି ଥାନା ଭିତରେ ମହିଳାଙ୍କୁ ମାଡ ମାରିବା I ଡିଉଟି ରେ ଥାଇ ଜଣେ ମହିଳାଙ୍କୁ ଢ଼ୋ ଢ଼ୋ କରି ସେକି ଦେଇଥିବା ଥାନାବାବୁ ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି I ସୂଚନା ଅନୁଯାଇ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଭିତରେ ଜଣେ ମହିଳାଙ୍କୁ ଏଏସଆଇ ଦ୍ରୋଣାଚାର୍ଯ୍ୟ ସାହୁ ଢ଼ୋ ଢ଼ୋ କରି ଚାପୁଡ଼ା ସେକି ଦେଇଥିଲେ I ଘଟଣାଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏନେଇ ସମସ୍ତ ଗଣମାଧ୍ୟମ ରେ ମୁଖ୍ୟ ଖବର ଭାବେ ପୋଲିସ ବାବୁଙ୍କ ଦାଦାଗିରି ପ୍ରସାରଣ ପରେ

ଶେଷରେ ସମ୍ବଲପୁର ଏସପି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଏସଆଇ ଦ୍ରୋଣାଚାର୍ଯ୍ୟଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ତେବେ ସୂଚନା ଅନୁଯାଇ ଘଟଣାଟି ସେପ୍ଟେମ୍ବର 2018 ର ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟର I ବିସର୍ଜନ ସମୟରେ ପୋଲିସ ମହିଳାଙ୍କୁ ଘରେ ଛାଡିଦେବାକୁ କହି ଥାନାକୁ ନେଇଆସିଥିଲେ କିନ୍ତୁ ଘରେ ଛାଡ଼ିନଥିଲେ ଏଥିରେ ମହିଳା ପ୍ରତିବାଦ କରିବାରୁ ତାଙ୍କୁ ଢ଼ୋ ଢ଼ୋ କରି ସେକି ଦେଇଥିଲେ I

ଥାନାରେ ମହିଳା ପୋଲିସ ଥିବାବେଳେ ଜଣେ ଆଦିବାସୀ ମହିଳାଙ୍କୁ ପୋଲିସ ବାବୁଙ୍କ ଏପରି ମାଡ କୁ ସବୁ ମହଲରୁ ନିନ୍ଦା କରାଯାଇଥିଲା I

Leave a Reply

Your email address will not be published. Required fields are marked *