ଫେସବୁକ ରେ ଧର୍ମେନ୍ଦ୍ର ଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ନେଲେ ନବୀନ ,ପ୍ରଥମ ରେ …

ଆଜିର ଦୁନିଆରେ ସବୁଠାରୁ ଅଧିକ ପ୍ରଭାବ ପକାଇପାରୁଥିବା ପ୍ଲାଟଫର୍ମ ହେଉଛି ସୋସିଆଲ ମିଡ଼ିଆ I ସାଧାରଣତଃ ଟ୍ୱିଟର ଏବଂ ଫେସବୁକ ରେ ପ୍ରାୟତ ସେଲିବ୍ରିଟି ମାନେ ଫ୍ୟାନ ମାନଙ୍କ ସହିତ ଯୋଡି ହେବାକୁ ପସନ୍ଦ କରିଥାନ୍ତି I ତେବେ ଏହିକ୍ରମରେ ଏବେ ରାଜନେତା ମାନେ ମଧ୍ୟ ସୋସିଆଲ ମିଡ଼ିଆ ଫେସବୁକ ରେ ନିଜର ଆକାଉଣ୍ଟସ ଖୋଲି ଲୋକଙ୍କ ଅତି ନିକଟତର ହେବାକୁ ଚାଁହୁଛନ୍ତି I ଏହିକ୍ରମରେ 18 ଡିସେମ୍ବର 2018 ରେ ଓଡିଶା OdishaExclusive ତରଫରୁ ପ୍ରାୟତ ଓଡ଼ିଶାର ସମସ୍ତ ଜଣାଶୁଣା ନେତାଙ୍କ ଫେସବୁକ ରେ କେତେ ଫଲୋୟର ଅଛନ୍ତି ଏବଂ କିଏ କେତେ ଲୋକପ୍ରିୟ ତାହାକୁ ନେଇ ଏକ ବିଶେଷ ଉପସ୍ଥାପନା କରାଯାଇଥିଲା I

ଯେଉଁଥିରେ କିଏବେ ଏବେ ବିଜେପି ରେ ମିଶିଥିବା ବୈଜୟନ୍ତ ପଣ୍ଡା ଙ୍କର 19ଲକ୍ଷ 47ହଜାର ଫଲୋୟର ଥିବାବେଳେ ପ୍ରଥମ ସ୍ଥାନ ରେ ଥିଲେ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 10 ଲକ୍ଷ ଫଲୋୟର ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ I

ତୃତୀୟ ସ୍ଥାନରେ ବିଜେଡି ସାଂସଦ ତଥା କୀଟ ବିଶ୍ୱବିଦ୍ୟାଳୟ ନିର୍ମାତା ଅଚ୍ୟୁତ ସାମନ୍ତ 8ଲକ୍ଷ 80ହଜାର ଫଲୋୟର, ଚତୁର୍ଥ ସ୍ଥାନରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା 7ଲକ୍ଷ 71ହଜାର ଫଲୋୟର ଥିବାବେଳେ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପଞ୍ଚମ ସ୍ଥାନରେ ରହିଥିଲେ Iଫେସବୁକ ରେ ମୁଖ୍ୟମନ୍ତ୍ରୀ ଙ୍କର ଦୁଇଟି ପେଜ୍ ଥିବାବେଳେ ଗୋଟିକରେ ନବୀନ ପଟନାୟକ ରେ 4ଲକ୍ଷ 12ହଜାର ଏବଂ ଅନ୍ୟଟିରେ ସିଏମଓ ଓଡ଼ିଶାରେ 1ଲକ୍ଷ 15ହଜାର ଫଲୋୟର ଥିଲେ I

ତେବେ 7 ମାର୍ଚ 2019 ଅର୍ଥାତ 78ଦିନରେ 8ଲକ୍ଷ ଫଲୟର ବଢ଼ାଇ ପଞ୍ଚମ ସ୍ଥାନରୁ ମୁଖ୍ୟମନ୍ତ୍ରୀ ସିଧାସଳଖ ଦ୍ୱିତୀୟ ସ୍ଥାନରେ ପହଞ୍ଚିପାରିଛନ୍ତି I 2 ମେଁ 2016 ରେ ମୁଖ୍ୟମନ୍ତ୍ରୀ ଙ୍କ ଖୋଲାଯାଇଥିବା ପେଜ୍ ରେ 18ଡିସେମ୍ବର 2018 ଯାଏଁ 4ଲକ୍ଷ 12ହଜାର ଥିବାବେଳେ ଅଢେଇମାସ ମଧ୍ୟରେ ପାଖାପାଖି 8ଲକ୍ଷ ଫଲୋୟର ବଢ଼ିଯାଇଛନ୍ତି I

ବର୍ତମାନ ମୁଖ୍ୟମନ୍ତ୍ରୀ ଙ୍କ ଫଲୋୟର ସଂଖ୍ୟା 12ଲକ୍ଷ 2382 I ପୂର୍ବଭଳି ପ୍ରଥମ ସ୍ଥାନରେ ବୈଜୟନ୍ତ ପଣ୍ଡା ଙ୍କର 19ଲକ୍ଷ 47ହଜାର ଫଲୋୟର ଥିବାବେଳେ ବର୍ତମାନ 1987264, ଧର୍ମେନ୍ଦ୍ର ପ୍ରଧାନ ଙ୍କର 10 ଲକ୍ଷ ଥିବାବେଳେ ବର୍ତମାନ 10 ଲକ୍ଷ 24ହଜାର ,

ଅଚ୍ୟୁତ ସାମନ୍ତ 8ଲକ୍ଷ 80ହଜାର ଥିବାବେଳେ ବର୍ତମାନ 1001976 ଫଲୋୟର,

ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା 7ଲକ୍ଷ 71ହଜାର ଥିବାବେଳେ 5ହଜାର କମି 767781 ସହ ସିଏମଓ ଓଡ଼ିଶାରେ 1ଲକ୍ଷ 15ହଜାର ଫଲୋୟର ରେ ଏବେ 117497 ଫଲୋୟର ଅଛନ୍ତି I ତେବେ କଥା ଉଠୁଛି ଅଢେଇମାସ ମଧ୍ୟରେ ଅଚାନକ ମୁଖ୍ୟମନ୍ତ୍ରୀ ଙ୍କ ବଢିଥିବା 8ଲକ୍ଷ ଫଲୋୟର ଙ୍କୁ ନେଇକି I ତେବେ ଏନେଇ ଏକ ପ୍ରତିଷ୍ଠିତ ୱେବ ପୋର୍ଟାଲ ପ୍ରକାଶ କରିଛି ଯେ 7 ଫେବୃଆରୀ 2019 ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ପାଖାପାଖି ୮.୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି କେବଳ ମୁଖ୍ୟମନ୍ତ୍ରୀ ଙ୍କ ଫେସବୁକ୍‌ ପେଜ୍‌ର ପ୍ରମୋସନ୍‌ ପାଇଁ I ତେବେ ଏହାକୁ ନେଇ ଏବେ ଚର୍ଚା ଚାଲିଛି ଯେ 20ବର୍ଷ ସାଶନ ରେ ରହିବା ପରେ ବି ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ପାଇଁ ଫେସବୁକ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ପ୍ରମୋସନ ପାଇଁ I

Leave a Reply

Your email address will not be published. Required fields are marked *