ବିଜେଡି ପାଇଁ ବୁମେରାଂ ହେବେ ବୈଜୟନ୍ତ ,40 ରୁ ଉର୍ଦ୍ଧ ବିଜେଡି ନେତା ଅଛନ୍ତି ବୈଜୟନ୍ତ ଙ୍କ ସହ

ବିଜେଡି ର ତୃତୀୟ ମହଲା ର ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କୁ ଟାର୍ଗେଟ କରି ଦଳର ସୁପ୍ରିମ ଙ୍କ ଅସନ୍ତୋଷ ପାତ୍ର ପାଲଟିଥିବା ବୈଜୟନ୍ତ କ୍ରମଶଃ ଏକଘରକିଆ ହେଇଜିବା ପରେ ଦଳ ଛାଡିଥିଲେ I ଦଳ ଛାଡିବାର 9ମାସ ପରେ ଶେଷରେ ବିଜେପି ରେ ମିସିଛନ୍ତ ବୈଜୟନ୍ତ I ବୈଜୟନ୍ତ ଙ୍କ ଯୋଗଦାନ ବିଜେଡି ରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ ମଧ୍ୟ ଭିତରେ ଭିତରେ ବିଜେଡି ଚିନ୍ତାରେ I

କାହିଁକିନା ବୈଜୟନ୍ତ ଙ୍କ ପାଖରେ ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ଥିବାବେଳେ ଆର୍ଥିକ ଦୃଷ୍ଟିରୁ ବୈଜୟନ୍ତ ସ୍ୱଚ୍ଛଳ Iବୈଜୟନ୍ତ ଙ୍କ ବ୍ୟବହାର ପାଇଁ ଦଳୀୟ ମହଲ ରେ ମଧ୍ୟ ସେ ବହୁତ ଲୋକପ୍ରିୟ ,ଯାହାକି ଗତକାଲି ଦେଖିବାକୁ ମିଳିଥିଲା I

ବିଜେପି ରେ ଯୋଗ ଦେଉ ଦେଉ ଭୁବନେଶ୍ୱର ରେ ଲୋକାରଣ୍ୟ ହେଇପଡିଥିଲା ସ୍ୱାଗତ ସମ୍ଭର୍ଧନା ପାଇଁ I ଯେ କୌଣସି ଦଳ ପାଇଁ ତାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ I ଅପରପକ୍ଷରେ ବୈଜୟନ୍ତ ଙ୍କ ହେଇଯାଉ ଚା ଖଟିର ଲୋକପ୍ରିୟତା ଯଥେଷ୍ଟ ରହିଛି I ବୈଜୟନ୍ତ ବିଜେଡି ଛାଡିଥିଲେ ,ମଧ୍ୟ ନବୀନ ଙ୍କ ବିରୁଧରେ ପଦଟିଏ କହିନାହାନ୍ତି କେବଳ ତାଙ୍କ ସଚିବ ପାଣ୍ଡିଆନ ଙ୍କୁ ଟାର୍ଗେଟ କରିଛନ୍ତି I ଅପରପକ୍ଷରେ ବିଜେଡି ରେ ଅଧିକାଂଶ ନେତା ଦଳ ରେ ପାଣ୍ଡିଆନ ଙ୍କ କ୍ଷମତା କୁ ନେଇକି ଅସନ୍ତୋଷ ଜାହିର କରିଛନ୍ତି ଏବଂ ଦଳ ମଧ୍ୟ ଛାଡିଛନ୍ତି

I ଯେପରିକି ଦାମ ରାଉତ ,ନବୀନ ନନ୍ଦ ,ରମା ରଞ୍ଜନ ବଳିୟାରସିଂ ଙ୍କ ଭଳି ତୁଙ୍ଗ ନେତା I ଏବେ କଥା ଉଠୁଛି ବୈଜୟନ୍ତ ବହୁ ପୂର୍ବରୁ କହିସାରିଛନ୍ତି ଯେ ତାଙ୍କ ସହିତ 40ରୁ ଉର୍ଧ ନେତା ଏବେ ବି ଅଛନ୍ତି I ତେବେ ବିଜେଡି ର ଚିନ୍ତା ର ସବୁଠୁ ବଡ କଥା ହେଉଛି ଦଳୀୟ ଅସନ୍ତୁଷ୍ଟ I ନିର୍ବାଚନ ପାଖେଇ ଆସୁଥିବା ବେଳେ ଅଧିକାଂଶ ସ୍ଥାନରେ ବିଜେଡି ନେତାଙ୍କୁ ଦଳୀୟ କର୍ମୀ ବିରୋଧ କରିବା ସହିତ ସମାନ୍ତରାଳ ଭାବେ ଅନ୍ୟ ପ୍ରାଥୀ ସାମ୍ନା କୁ ଆସୁଛନ୍ତି I ଏହା ଉପରେ ଫୋକସ ରଖିଛନ୍ତି ବୈଜୟନ୍ତ I

ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ଙ୍କୁ ନିଜ ସହିତ ମିଶାଇ ଚାଲ ଖେଳିବାକୁ ପ୍ଲାନ କରିଛନ୍ତି ବୈଜୟନ୍ତ ,ଯଦି ଏପରି ହୁଏ ତେବେ ବିଜେଡି ର ଅଧିକାଂଶ ସ୍ଥାନରେ ନେତାଙ୍କ ଦୁର୍ଗ ଭୁଶୁଡିପଡିବା ରେ କେହି ବି ରୋକି ପାରିବେ ନାହିଁ Iମୋଟାମୋଟି କହିବାକୁ ଗଲେ ବୈଜୟନ୍ତ ଙ୍କ ବିଜେପି ଯୋଗଦାନ ବିଜେପି ପାଇଁ ଭରପୁର ଫାଇଦା ଦେବାକୁ ଥିବାବେଳେ ବିଜେଡି ପାଇଁ ଘାତକ ସାଜିପାରେ I

Leave a Reply

Your email address will not be published. Required fields are marked *