ଭଙ୍ଗା ଯାଉଛି ବିଜୟ ମାଲ୍ୟାଙ୍କ ପ୍ରାଇଭେଟ ଜେଟ

ଭାରତ ର ଅନେକ ବ୍ୟାଙ୍କ୍ ରୁ ଟଙ୍କା ଲୁଟି ଫେରାର ହୋଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଙ୍କ ପ୍ରାଇଭେଟ୍ ବିମାନ ଏ – ୩୧୯ ଭଙ୍ଗା ଯାଉଛି। ଏହାକୁ ମୁମ୍ବାଇ ର ଏୟାର ଇଣ୍ଡିଆ ହ୍ୟାଙ୍ଗ ରେ ଭଙ୍ଗା ଯାଉଛି ବିଜୟ ମାଲ୍ଯା ବିଦେଶ କୁ ଯିବାପରେ ଏହି ବିମାନ ନିଲାମ କରାଯାଇଥିଲା।

ଏହି ବିମାନ କୁ ୩୪ କୋଟି ଟଙ୍କା ରେ ଫ୍ଲୋରିଡା ର ଏଭିଏସନ୍ ମେନେଜମେନ୍ଟ କମ୍ପାନୀ କିଣିଥିଲେ। ଆଜି ବିମାନ କୁ ଡିଶ୍ମେଣ୍ଟାଲ୍ କରାଯିବ ପରେ ବିମାନ ର ଅଂଶ ଗୁଡ଼ିକ ଫ୍ଲୋରିଡା ପଠାଯିବ। ଏଥିପାଇଁ ଆମେରିକା କମ୍ପାନୀ ହିଁ ଏୟାର ଇଣ୍ଡିଆ କୁ ବିମାନ କୁ ଭାଙ୍ଗି ପଠାଇ ଦେବା ପାଇଁ କହିଥିଲା

ସୂଚନାଯୋଗ୍ୟ ଯେ, ବିଜୟମାଲ୍ୟା ବିଦେଶ ପଳାୟନ କରିବା ପରେ ସର୍ଭିସ୍ ଟ୍ୟାକ୍ସ ଅଥରିଟି ଏହି ବିମାନ କୁ ଜବତ କରିଥିଲା। ଏହାପରେ ଏହି ବିମାନ କୁ ନିଲାମ କରାଯାଇଥିଲା। ବ୍ୟାଙ୍କ୍ ର ୯ ହଜାର କୋଟି ଟଙ୍କା ଛଡ଼ା ମଲ୍ୟା ଉପରେ ୮୦୦ କୋଟି ଟଙ୍କାର ସର୍ଭିସ୍ ଟ୍ୟାକ୍ସ ମଧ୍ୟ ବାକି ଅଛି।

ବିଜୟ ମାଲ୍ୟା ର ବିମାନ ନିଲାମ କରି ଭଙ୍ଗାଯିବ ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ବିଜୟ ମାଲ୍ୟା ର ଜେଟ୍ ନିଲାମ କରି ଭଙ୍ଗା ଯାଇଥିଲା। ସେହି ଯେଟ୍ ବିଜୟମାଲ୍ୟା ର ଷ୍ଟାଇଲ ଷ୍ଟେଟମେଣ୍ଟ ଥିଲା।

Leave a Reply

Your email address will not be published. Required fields are marked *