ନବୀନ ଚାରିଥର ମୁଖ୍ୟମନ୍ତ୍ରୀ ହେଲେଣି, ଆଉ କେତେଥର ହେବେ ?? ସ୍ବେଛାକୃତ ଅବସର ନିଅନ୍ତୁ :ତଥାଗତ

ସକ୍ରିୟ ରାଜନୀତି ରୁ ସ୍ବେଛାକୃତ ଅବସର ନେଇଥିବା ସାଂସଦ ତଥାଗତ ଶତପଥୀ ଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା I ରାଜନୀତି ରୁ ସନ୍ୟାସ ନେବା ଘଟଣାରେ ତଥାଗତ କହିଥିଲେ କି ଦୀର୍ଘ 20ବର୍ଷ ଧରି ସାଂସଦ ହେଇଛନ୍ତି ଏବଂ ଆଗକୁ ଯୁବ ପିଢ଼ି ଙ୍କ ସୁଯୋଗ ପାଇଁ ଅବସର ନେଉଛନ୍ତି I ଅପରପକ୍ଷରେ ମୁମ୍ବାଇ ମିରର ନାମକ ଏକ ଖବର କାଗଜ କୁ ନିଜର ପ୍ରତିକ୍ରିୟା ରେ କହିଛନ୍ତି ରାଜନୀତି ରେ ଏକ ବୟସ ସୀମା ରହିବା ଆବଶ୍ୟକ I ବୟସ୍କ ହେଇଥିବା ରାଜନେତା ମାନେ ସ୍ବେଛାକୃତ ଭାବରେ ଅବସର ନେଇ ଯୁବପିଢ଼ି ଙ୍କୁ ସୁଯୋଗ ଦେବା ଆବଶ୍ୟକ I

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଚାରିଥର ମୁଖ୍ୟମନ୍ତ୍ରୀ ହେଇସାରିଲେଣି ତେଣୁ ସ୍ବେଛାକୃତ ଭାବରେ ରାଜନୀତି ରୁ ସନ୍ୟାସ ନେଇଯାଆନ୍ତୁ I କେବଳ ନବୀନ ନୁହେଁ ମୋଦି ମଧ୍ୟ ରାଜନୀତି ଛାଡ଼ନ୍ତୁ ,ମୋଦି ମଧ୍ୟ ବହୁତ ଥର ମୁଖ୍ୟମନ୍ତ୍ରୀ ହେବା ସହିତ ପ୍ରଧାନମନ୍ତ୍ରୀ ହେଇସାରିଲେଣି I

ଏହା ସହିତ ଗଣମାଧ୍ୟମ ର ଦାୟିତ୍ୱ କୁ ନେଇ ପ୍ରଶ୍ନ କରିଛନ୍ତି I କହିଛନ୍ତି ଯେ ଓଡ଼ିଶାର ଅଧିକାଂଶ ଗଣମIଧ୍ୟମ ଏବେ ନବୀନ ଙ୍କ ନିୟନ୍ତ୍ରଣ ରେ ,ଯାହାକି ଚତୁର୍ଥସ୍ଥମ୍ଭ ପାଇଁ ବିପଦପୂର୍ଣ୍ଣ I

Leave a Reply

Your email address will not be published. Required fields are marked *