ସାଧାରଣ ନିର୍ବାଚନ ନେଇ ଘୋଷଣା ହେଲା ତାରିଖ ; ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ

ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟି ଶେଷରେ ନିର୍ବାଚନ ତାରିଖ ଘୋଷଣା ହୋଇଛି।୭ ଟି ପର୍ଯ୍ୟାୟ ରେ ହେବ ନିର୍ବାଚନ।୭ ଟି ପର୍ଯ୍ୟାୟରେ ଯଥାକ୍ରମେ ଏପ୍ରିଲ୍ ୧୧,୧୮,୨୩,୨୯ ଏବଂ ମେ ୬ ଏବଂ ୧୨ ରେ ଅନୁଷ୍ଠିତ ହେବ ଏବଂ ଭୋଟ ଗଣତି ମେ ୨୩ ରେ ହେବ।
ଏପ୍ରିଲ୍ ୧୧ ତାରିଖରେ ୨୦ ଟି ରାଜ୍ୟରେ ୯୧ ଟି ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ମତ ଗ୍ରହଣ ହେବ।

ଏପ୍ରିଲ୍ ୧୮ ତାରିଖରେ ୧୩ ଟି ରାଜ୍ୟର ୯୭ ଟି ଲୋକସଭା ଆସନରେ ଦ୍ଵିତୀୟ ପର୍ଯ୍ୟାୟ ରେ ମତ ଗ୍ରହଣ ହେବ।ଏପ୍ରିଲ୍ ୨୩ ତାରିଖରେ ୧୪ ଟି ରାଜ୍ୟର ୧୧୫ ଟି ଲୋକସଭା ଆସନରେ ତୃତୀୟ ପର୍ଯ୍ୟାୟରେ ମତ ଗ୍ରହଣ ହେବ।ଏପ୍ରିଲ୍ ୨୯ ତାରିଖରେ ୯ ଟି ରାଜ୍ୟର ୭୧ ଟି ଲୋକସଭା ଆସନରେ ଚତୁର୍ଥ ପର୍ଯ୍ୟୟରେ ମତ ଦାନ ହେବ।ମେ ୬ ତାରିଖରେ ୭ ଟି ରାଜ୍ୟର ୫୧ ଟି ଲୋକସଭା ଆସନ ପାଇଁ ପଞ୍ଚମ ପର୍ଯ୍ୟାୟରେ ମତ ଗ୍ରହଣ ହେବ।

ମେ ୧୨ ତାରିଖରେ ୭ ଟି ରାଜ୍ୟର ୬୯ ଟି ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟରେ ମତ ଗ୍ରହଣ ହେବ।ମେ ୧୯ ତାରିଖରେ ୮ ଟି ରାଜ୍ୟର ୫୯ ଟି ଲୋକସଭା ଆସନ ପାଇଁ ଶେଷ ପର୍ଯ୍ୟାୟରେ ମତ ଗ୍ରହଣ ହେବ।
ଓଡ଼ିଶାରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।ପ୍ରଥମ ପର୍ଯ୍ୟାୟରେ ୪ଟି ,ଦ୍ଵିତୀୟ ପର୍ଯ୍ୟାୟର ୫ ଟି ,ତୃତୀୟ ପର୍ଯ୍ୟାୟରେ ୬ ଟି ଏବଂ ଚତୁର୍ଥ ପର୍ଯ୍ୟାୟରେ ୬ ଟି ଆସନ ପାଇଁ ମତ ଗ୍ରହଣ ହେବ।ଏବଂ ମେ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *