ଉତ୍ତର ପ୍ରଦେଶ, ହରିଆଣା ଓ ଆସାମ ପରି ଓଡ଼ିଶାରେ ବିଜେଡି କୁ ଗାଦିଚ୍ୟୁତ କରି ବିଜେପି ଆସିବ:ପ୍ରଭାରୀ

ବାଜିଲାଣି ନିର୍ବାଚନ ବିଗୁଲ I ପ୍ରାଥୀ ଚୟନ ପାଇଁ ସଜବାଜ ହେଲେଣି ଦଳ I ସବୁଦଳ ପାଇଁ ଏବେ ମୁଖ୍ୟ ସମସ୍ୟା ପାଲଟିଛି ଉପଯୁକ୍ତ ପ୍ରାଥୀ ଚୟନ I ସରକାର ରେ ଥିବା ବିଜେଡି ରେ ଗୋଷ୍ଠୀ କନ୍ଦଳ ଏବଂ ଦଳୀୟ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବା ବେଳେ ଏହାର ଫାଇଦା ନେବାକୁ ଅପେକ୍ଷା କରିଛି ବିଜେପି I ନିକଟ ରେ ବୈଜୟନ୍ତ ବିଜେଡି ରେ ମିଶିବା ପରେ ବିଜେପି ରେ ପ୍ରବଳ ଉତ୍ସାହ ଦେଖାଯାଇଛି I ଚର୍ଚା ଚାଲିଛି କି ବୈଜୟନ୍ତ ଙ୍କ ସହିତ ବିଜେଡି ର ଅନେକ ତୁଙ୍ଗ ନେତା ଅଛନ୍ତି I

ଏହାସହିତ ଟିକେଟ ମିଳୁନଥିବା ପ୍ରାଥୀ ଙ୍କୁ ବିଜେପି ରେ ସାମିଲ କରାଇ ବିଜେଡି କୁ ଚେକ ଦେବାକୁ ମାଷ୍ଟର ପ୍ଲାନ କରିଛି ବିଜେଡି I ତେବେ ଆଜି ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି କି 7ଦିନ ମଧ୍ୟରେ ପ୍ରାଥୀ ତାଲିକା ଘୋଷଣା କରାଯିବ I ଏପରିକି ସୂଚନା ମିଳିଛି କି ଦଳ ଛାଡିଥିବା ଉଭୟ ବିଜୟ ମହାପାତ୍ର ଏବଂ ଦିଲୀପ ରାୟ ପୁଣି ବିଜେପି କୁ ଫେରିବେ I

ଉଭୟ ବିଜେଡି ରେ ମିଶିବା ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ ଦୁଇମାସ ରୁ ଉର୍ଧ ସମୟ ପରେ ବି ଯୋଗ ଦେଇନାହାନ୍ତି I ତେଣୁ ବିଜେପି ରେ ମିସିପାରନ୍ତି ବୋଲି ଚର୍ଚା ହେଉଛି I

Leave a Reply

Your email address will not be published. Required fields are marked *