ଓଡ଼ିଆ ସିନେମା ରେ ଇତିହାସ ରଚିଲେ ପପୁ ,‘ଚିର୍‌କୁଟ୍‌’ ସିନେମାର ପ୍ରଥମ ସୋ ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା

ଦୀର୍ଘ 7ମାସ ଅସୁସ୍ଥ ହେବା ପରେ ନୂଆବର୍ଷରେ ପୁଣିଥରେ ପରଦାକୁ ଫେରିଥିଲେ କମେଡି କିଙ୍ଗ ପପୁ ପମପମ I ଭିର୍ଣ୍ଣ ଏକ କାହାଣୀ ନେଇ ଆରମ୍ଭ କରିଥିଲେ ଚଳଚିତ୍ର ଚିରକୁଟ I କେବଳ ସିନେମା ଭିର୍ଣ୍ଣ ନୁହେଁ ଏହାର କଳାକାର ମଧ୍ୟ ସମ୍ପୂର୍ଣ୍ଣ ନବାଗତା I ଓଡ଼ିଆ ଟିକଟକ ରୁ ନାୟିକା ଅନନ୍ୟା ଙ୍କୁ ବାଛିଥିଲେ ପପୁ I ଚଳଚିତ୍ର ଟି ଖ୍ୟାତନାମା ପ୍ରଯୋଜକ ଅକ୍ଷୟ ପରିଜା ପ୍ରଡକ୍ସନ୍‌ ଏବଂ ପ୍ରକାଶ ଫିଲ୍ମସ୍‌ର ମିଳିତ ଅନୁକୂଲ୍ୟ ରେ ମୁକ୍ତିଲାଭ କରିବାକୁ ଯାଉଥିବାବେଳେ ପପୁ ସମ୍ପୂର୍ଣ୍ଣ ଚଳଚିତ୍ର ର ନିର୍ମାଣ ନିଜ ହାତକୁ ନେଇଛନ୍ତି I

ତେବେ ସବୁବେଳେ କିଛି ନୂଆ କରିବାର ପ୍ରୟାସ କରୁଥିବା ପପୁ ପମପମ ଏଥର ବି ନୂଆ କରିଛନ୍ତି I ଓଡ଼ିଆ ସିନେମା ଇତିହାସ ରେ ସୃଷ୍ଟି କରିଛନ୍ତି ଏକ ବିରଳ ଅଭିନବ ପ୍ରୟାସ I ସିନେମା ମୁକ୍ତିଲାଭର ପ୍ରଥମ ଦିନର ପ୍ରଥମ ସୋ ସମ୍ପୂର୍ଣ୍ଣ ମାଗଣା Iଓଡ଼ିଶାର ଜେ କୌଣସି ହଲ ରେ ସମ୍ପୂର୍ଣ୍ଣ ମାଗଣା ଭାବରେ ପ୍ରଥମ ଦିନ ସମସ୍ତ ଦର୍ଶକ ଏହି ସିନେମା ଦେଖିପାରିବେ I ଏନେଇ ପ୍ରଯୋଜନା ସଂସ୍ଥା ଏବଂ ପପୁ ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *