ପରିସ୍ରା ଲାଗିବାରୁ ବନ୍ଧୁକ ରୁ ଗୁଳି ମାରିଦେଲେ ,ବନ୍ଧୁକ ରୁ ଗୁଳି ବାହାରି ଯୁବକଙ୍କ ଗୁପ୍ତାଙ୍ଗ ଉଡ଼ିଗଲା

ସାଧାରଣତଃ ବନ୍ଧୁକ କୁ ରଖିବା ସମୟରେ ଟିକିଏ ଅସାବଧାନତା ହେଲେ ବିପଦଜନକ ହେଇଥାଏ I ଏପରିକି ବନ୍ଧୁକ ରୁ ଗୁଳି ବାହାରିଗଲେ ସାମ୍ନାରେ ଥିବା ଲୋକର ଜୀବନ ମଧ୍ୟ ଚାଲିଯାଏ I ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଗ୍ରେଟର ନୋଏଡାର କୋତବାଲି ଅଞ୍ଚଳ ରେ Iବନ୍ଧୁକ ରଖିବା ମହଙ୍ଗା ପଡିଛି ଯୁବକଙ୍କୁ I ବନ୍ଧୁକ ଯୋଗୁଁ ସବୁଦିନ ପାଇଁ ହରାଇବାକୁ ପଡିଛି ନିଜର ଗୁପ୍ତାଙ୍ଗ

I ପ୍ରାପ୍ତ ସୂଚନା ଅନୁଯାଇ ଜଣେ ବନ୍ଧୁ ଙ୍କ ବିବାହ ରେ ଯୋଗ ଦେବାକୁ ଯାଇଥିବା ବେଳେ ଜଣେ ଯୁବକ ଅଣ୍ଟାରେ ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିଥିଲେ ,ତେବେ ବରଯାତ୍ରୀ ସମୟରେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ I ଏହି ସମୟରେ ପରିସ୍ରା ଲାଗିବାରୁ ମଦ ନିଶାରେ ଚୁର ଥିବା ଯୁବକ ଜଣଙ୍କ ଚେନ ଖୋଲିବା ବଦଳରେ ବନ୍ଧୁକ ର ଟ୍ରିଗର ମାରିଦେଇଥିଲେ I

ଫଳରେ ଅଣ୍ଟାରେ ଥିବା ବନ୍ଧୁକ ରୁ ଗୁଳି ବାହାରି ଯୁବକ ଙ୍କ ଗୁପ୍ତାଙ୍ଗ ର ଅଧା ଅଂଶ କଟିଯାଇଥିଲା I ଯୁବକ ଜଣଙ୍କ ବିକଳରେ ଚିତ୍କାର କରିବା ପରେ ସ୍ଥାନୀୟ ହସ୍ପିଟାଲ ରେ ତାଙ୍କୁ ଭର୍ତି କରାଯାଇଥିଲା I ତେବେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଯୁବକ ଙ୍କ ଗୁପ୍ତାଙ୍ଗ ର ଅଧା ଅଁଶ କାଟିଦେଇଥିଲେ I ଯୁବକ ଜଣଙ୍କ ସୁସ୍ଥ ଅଛନ୍ତି I

Leave a Reply

Your email address will not be published. Required fields are marked *