ପ୍ରାଥୀ ଘୋଷଣା ପୂର୍ବରୁ ବିଜେଡି ରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ,କାମ ସରିଗଲା ପରେ ବିଜେଡି ର ଅଣଦେଖା !!

ନିର୍ବାଚନ ତାରିଖ ଘୋଷଣା ସରିଛି I ପ୍ରାଥୀ ଘୋଷଣା ପାଇଁ ଦଳ କସରତ କରୁଛି ତେବେ ଏପରି ସ୍ଥଳରେ ବିଜେଡି କୁ ଶକ୍ତ ଆଘାତ ଦେଇଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି I ବିଜେଡି ହାତ ଛାଡି ପ୍ରାଥମିକ ପଦରୁ ଇସ୍ତଫା ଦେବା ସହିତ ସାଂସଦ ପଦ ମଧ୍ୟ ଛାଡିଛନ୍ତି I ଏନେଇ ଲିଖିତ ଆକାର ରେ ଦଳୀୟ ହାଇକମାଣ୍ଡ ଙ୍କୁ ପଠାଇଛନ୍ତି I ଅଭିମାନ କରି ବଳଭଦ୍ର ଲେଖିଛନ୍ତି ଯେ ତାଙ୍କର କାହା ଉପରେ କ୍ଷୋଭ ନାହିଁ କିନ୍ତୁ ଦୀର୍ଘ 7ବର୍ଷ ର ସରକାରୀ ଚାକିରୀ ଛାଡି ସେ ରାଜନୀତି ରେ ଯୋଗଦେଇଥିଲେ ଏବଂ ନବରଙ୍ଗପୁର ପାଇଁ କରିଛନ୍ତି ,ୟା ମଧ୍ୟରେ ତାଙ୍କୁ ଅଣଦେଖା କରାଯାଉଥିବା ସେ ଅନୁଭବ କରୁଛନ୍ତି ସେଥିପାଇଁ ସେ ପଦ ଛାଡିଛନ୍ତି Iତେବେ ଚର୍ଚା ଚାଲିଥିଲା କି ବଳଭଦ୍ର ଙ୍କୁ ଟିକେଟ ମିଳିନପାରେ ତାଙ୍କ ସ୍ଥାନରେ ରମେଶ ମାଝି ଙ୍କୁ ପ୍ରାଥୀ ପାଇଁ ଦଳ ଯୋଜନା କରୁଛି I ଅନ୍ୟପକ୍ଷରେ ଶୁଣାଯାଉଛି କି ବଳଭଦ୍ର ବିଜେପି ରେ ମିଶିପାରନ୍ତି ,ଅବଶ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ବଳଭଦ୍ର ତେବେ ଖୁବ ଶୀଘ୍ର ଏନେଇ ଜଣାପଡିବ ସେ ବିଜେପି ରେ ମିଶିବେ କି ଅନ୍ୟ ପନ୍ଥା ଗ୍ରହଣ କରିବେ I

Leave a Reply

Your email address will not be published. Required fields are marked *