ମମତା ଙ୍କ ଭବିଷ୍ୟବାଣୀ ! ସରକାର ଆଗାମୀ ମାସରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ କରିପାରନ୍ତି

ଏୟାର ଷ୍ଟ୍ରାଇକ କୁ ନେଇ ସରକାର ଙ୍କ ଉପରେ ପ୍ରଶ୍ନ ଉଠାଇଥିବା ଟି ଏମ୍ ସି ପ୍ରମୁଖ ତଥା ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ସମସ୍ତଙ୍କୁ ଚକିତ କଲାଭଳି ବୟାନ ଦେଇଛନ୍ତି। ମମତା ବାନାର୍ଜୀ ଙ୍କ କହିବା ଅନୁସାରେ ଆସନ୍ତା ମାସରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇ ପାରେ। ମମତା ଏକ ପ୍ରେସ କନ୍ଫ୍ର ଏନ୍ସ ରେ କହିଛନ୍ତି ଯେ , କିଛି ପତ୍ରକାର ତାଙ୍କୁ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ ହେବ ବୋଲି କହିଛନ୍ତି। ସେ କହିଛନ୍ତି ଯେ କେଉଁ ପ୍ରକାର ଆକ୍ରମଣ ହେବ ସେ ଜାଣି ନାହାନ୍ତି କିନ୍ତୁ ଅପ୍ରେଲ ମାସରେ ହେବ ବୋଲି ସେ ଅନୁମାନ କରିଛନ୍ତି।

ମମତା କହିଥିଲେ ଯେ ନିର୍ବାଚନ ଆୟୋଗ ପାଇଁ ମୋ ମନ ରେ ବହୁତ୍ ସମ୍ମାନ ରହିଛି। ଦୟାକରି ଏହାକୁ ନେଇ ମୋତେ ଭୁଲ୍ ପ୍ରଦର୍ଶନ କରନ୍ତୁ ନାହିଁ। କିନ୍ତୁ ପଶ୍ଚିମବଙ୍ଗ ରେ ବାତାବରଣ ଖରାପ୍ କରିବା ପାଇଁ ବିଜେପି ର ଯୋଜନା ରହିଛି। ମମତା ଙ୍କ ଏହି ବୟାନ ବାକଲଟ ରେ ହୋଇଥିବା ଏୟାର ଷ୍ଟ୍ରାଇକ ର ୧୫ ଦିନ ପରେ ଆସିଛି। ବାକାଲଟ୍ ରେ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ ଆତଙ୍କବାଦୀ ଶିବିର ରେ ହୋଇଥିବା ହାମଲା କୁ ନେଇ ଟିଏମସି ପାର୍ଟି ସରକାର ଙ୍କୁ ଏ ନେଇ ପ୍ରମାଣ ମାଗିଥିଲା। ବିଦେଶୀ ମିଡ଼ିଆ ଙ୍କ କଥା କହି ମମତା କହିଥିଲେ ଯେ ତଥ୍ୟ ସହ ପ୍ରମାଣ ନେଇ ସରକାର ଙ୍କୁ ଆଗକୁ ଆସିବା ଆବଶ୍ୟକ। ସେ କହିଥିଲେ ଆମକୁ ଏବଂ ଦେଶବାସୀଙ୍କୁ ଜାଣିବାରେ ଅଧିକାର ଅଛି ଯେ ବାକାଲଟ୍ ରେ କେତେଜଣ ଆତଙ୍କବାଦୀ ମରିଗଲେ? ବାସ୍ତବରେ ବୋମା କେଉଁଠାରେ ବିସ୍ପୋରଣ କରାଗଲା।

Leave a Reply

Your email address will not be published. Required fields are marked *