ପ୍ରମିଳା ମଲ୍ଲିକଙ୍କୁ ମିଳିବ ସାଂସଦ ଟିକେଟ :ଜାଣନ୍ତୁ ପ୍ରମିଳାଙ୍କ ତିନୋଟି ଚର୍ଚିତ ବିବାଦ ବିଷୟରେ

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଉପଯୁକ୍ତ ପ୍ରାଥୀ ଚୟନ ସବୁ ଦଳ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲଟିଛି I ଏହା ମଧ୍ୟରେ ଲୋକସଭା ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ସାଂସଦ ଦିଆଯିବା ନେଇ ବିଜେଡି ମାଷ୍ଟର ଷ୍ଟ୍ରୋକ ଖେଳିଥିବା ବେଳେ ପ୍ରାଥୀ ଚୟନ ମୁଖ୍ୟ ସମସ୍ୟା ପାଲଟିଛି I ଦଳ ପକ୍ଷରୁ ଏଥରକ ଅଧିକାଂଶ ନେତାଙ୍କ ଟିକେଟ କଟି ମହିଳା ପ୍ରାଥୀ ଙ୍କୁ ଦିଆଯିବ ବୋଲି ପ୍ରସ୍ତୁତି ଚାଲିଥିବା ବେଳେ ଯାଜପୁର ରେ ଲୋକସଭା ପାଇଁ ସାଂସଦ ପ୍ରାଥୀ ଭାବେ ପ୍ରମିଳା ମଲ୍ଲିକଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଚାଲିଛି I

ପ୍ରମିଳା ମଧ୍ୟ ନବୀନ ନିବାସ ରେ ନବୀନ ଙ୍କୁ ସାକ୍ଷାତ କରିଛନ୍ତି I ବିଧାନସଭା କ୍ଷେତ୍ର ବିଞ୍ଝାରପୁରରୁ ପ୍ରମିଳା ଲଢ଼ିବେ ବୋଲି ଆଶା କରିଥିବା ବେଳେ ଦଳ ତାଙ୍କୁ ସାଂସଦ ଟିକେଟ ଦେବା ପାଇଁ ଚିନ୍ତା କରୁଛି I ତେବେ ପ୍ରମିଳା ଙ୍କ ନିର୍ବାଚନୀ ମଣ୍ଡଳୀ ବିଞ୍ଝାରପୁରରେ 2000 ମସିହା ଠାରୁ ଲଗାତାର ଜିତି ଆସୁଥିବା ବେଳେ ମୁଖ୍ୟ ପ୍ରତିଦ୍ବନ୍ଦୀ ଥିଲେ କଂଗ୍ରେସ ର ବବିତା I ଏଥରକ କିନ୍ତୁ ବବିତା ବିଜେପି ରେ ସାମିଲ ହେଇଛନ୍ତି ତେଣୁ ପ୍ରମିଳା ଙ୍କ ପାଇଁ ଲଢେଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି I

ପ୍ରମିଳା ଙ୍କ ତିନୋଟି ଚର୍ଚିତ ବିବାଦ :୨୦୧୧ ମସିହାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିବାବେଳେ ଡାଲି ଦୁର୍ନୀତି ରେ ଛନ୍ଦି ହେଇ ମନ୍ତ୍ରୀପଦ ହରାଇଥିଲେ I ୨୦୧୪ ମସିହାରେ ପ୍ରମିଳାଙ୍କ ସରକାରୀ ବାସଭବନରୁ ଜଣେ ସମର୍ଥକ ଙ୍କ ମୃତ ଶରୀର ମିଳିଥିଲା କିନ୍ତୁ ପ୍ରମିଳା କହିଥିଲେ ସେ ତାଙ୍କୁ ଚିହ୍ନି ନାହାନ୍ତି I ୨୦୧୫ମସିହାରେ ରେ ଜଣେ ଚାଷୀ ଆତ୍ମହତ୍ୟା ଘଟଣାରେ ପ୍ରମିଳା କହିଥିଲେ ବିରୋଧୀ ଦଳ, ଚାଷୀମାନଙ୍କୁ ‘ଅମର ଲଡୁ’ ବାଣ୍ଟନ୍ତୁ ,ଅମର ଲଡୁ ଖାଇକି ଚାଷୀ ଆଉ ମରିବେନି I

Leave a Reply

Your email address will not be published. Required fields are marked *