ଶତାଦ୍ଧି ର ବଡ ଲାଞ୍ଚ ଦାତା ପ୍ରତାପ ଜେନା ,ଭୋଟର ଙ୍କୁ ଲାଞ୍ଚ ଯାଚିବା ଘଟଣାରେ ପ୍ରାଥୀପତ୍ର ଅସିଦ୍ଧ ହେଇପାରେ

ନିର୍ବାଚନ ତାରିଖ ଘୋଷଣା ସରିଛି I ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହେଇ ସାରିଛି I କୌଣସି ଦଳ କିମ୍ବା ନେତା ଭୋଟର ଙ୍କୁ ପ୍ରଲୋଭିତ କରିପାରିବେ ନାହିଁ I ତେବେ ଆଦର୍ଶ ଆଚରଣ ବିଧି କୁ ଖୋଲାଖୋଲି ଉଲଂଘନ କରିଛନ୍ତି ବିଜେଡି ନେତା ପ୍ରତାପ ଜେନା I ବୁଧବାର ଦିନ ସାଲେପୁର ନିର୍ବI ନ ମଣ୍ଡଳୀର ଏକ ବୈଠକ ରେ ପ୍ରତାପ କହିଥିଲେ କି ଯେଉଁ ପଞ୍ଚାୟତ ବିଜେଡି ନେତାଙ୍କୁ ଅଧିକ ଭୋଟ ଦେବ ସେହି ପଞ୍ଚାୟତକୁ 35 ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ I ତେବେ ଏହାକୁ ଉପସ୍ଥିତ ଥିବା ଗଣାମଧ୍ୟମ ର ସାମ୍ବାଦିକ ମାନେ ରେକର୍ଡ କରିବା ବେଳେ ପ୍ରତାପ ମୋବାଇଲ ରେ ରେକର୍ଡ ନକରିବାକୁ ତାଗିଦ କରିଛନ୍ତି I

ଅବଶ୍ୟ ଏହାର ଭିଡିଓ ମିଳିପାରିନଥିଲେ ମଧ୍ୟ audio ସୋସିଆଲ ମିଡିଆରେ ଅଡିଓ ଭାଇରଲ ହେବାରେ ଲାଗିଛି i ଏହାକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେପି ବିରୋଧ କରିଛନ୍ତି I ନିର୍ବାଚନ କମିଶନ ଙ୍କ ଦ୍ୱାରସ୍ଥ ହେଇ ଭୋଟର ଙ୍କୁ ଲାଞ୍ଚ ଯାଚିବା ଘଟଣାରେ ପ୍ରତାପ ଙ୍କ ଆଗାମୀ ନିର୍ବାଚନ ପ୍ରଥିପତ୍ର କୁ ଅସିଧ କରିବାକୁ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *