ଦୁର୍ନୀତି ବିରୁଦ୍ଧରେ ନିଜେ ଲଢ଼ିଥିବା ଲଢେଇ ପାଇଁ ପଛକୁ ଘୁଞ୍ଚିଲେନି ,ନୀତି ଆଦର୍ଶ ଆଗରେ ଫିକା ପଡିଲା ପୁଅ ଝିଅ ଭବିଷ୍ୟତ

ତାଙ୍କୁ କୁହାଯାଏ ବିଜେଡି ର ତୁଣ୍ଡ ,ଦ୍ୱିତୀୟ ପାୱାରଫୁଲ ବ୍ୟକ୍ତି I ନା କେବେ କାହାକୁ ଡରନ୍ତି ,ନା ଛାଡ଼ନ୍ତି I ନିଜ ଶାଣିତ ଜବାବ ରେ ପ୍ରତିପକ୍ଷ ଙ୍କୁ ଘାଇଲା କରିବାରେ ସେ ଓସ୍ତାଦ I ବେଳେବେଳେ ନିଜ ଅମାନିଆ ତୁଣ୍ଡ ପାଇଁ ବହୁ ଦାମ୍ ଦେବାକୁ ପଡିଛି ତାଙ୍କୁ ,ତଥାପି ସେ ଅଟଳ I ସବୁବେଳେ ସତ କହିବାକୁ ଭଲପାଆନ୍ତି I ପାଣ୍ଡିଆନ ଙ୍କୁ ସମସ୍ତେ ଦ୍ୱିତୀୟ କ୍ଷମତାକେନ୍ଦ୍ର କହୁଥିବା ଦାମ କହିଥିଲେ ସେ ୱାର୍ଡ ମେମ୍ବର ବି ହେଇପାରିବେ ନାହିଁ I ଏହି ସତ ହିଁ ତାଙ୍କ ଠାରୁ ମନ୍ତ୍ରୀପଦ ଠାରୁ କ୍ଷମତା ଯାଏଁ ଛଡାଇ ନେଇଥିଲା I ଦଳରେ ଥାଇ ମଧ୍ୟ ବିଜେଡି ର ଦୁର୍ନୀତି ବାବଦରେ ସ୍ୱର ଉଠାଇଥିଲେ ଯାହାକୁ ନିଜେ ମଧ୍ୟ ବିଭାଗୀୟ ମନ୍ତ୍ରୀମାନେ ସ୍ୱୀକାର କରିଥିଲେ କିନ୍ତୁ ଏହାପରେ ମନ୍ତ୍ରୀ ଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଦାମ ଙ୍କୁ ବହିଷ୍କାର କରାଗଲା I

20ବର୍ଷର କଠୋର ବଳିଦାନ କୁ ଗୋଟିଏ ମୁହୁର୍ତରେ ନିନ୍ଦିତ କରାଗଲା I ସେଥିପାଇଁ ଦାମ ପ୍ରତିଶୋଧ ନେବାକୁ ପଣ କରିଥିଲେ I ଏବଂ ଦଳ ଛାଡିବାର 6ମାସ ପରେ ବିଜେପି କିମ୍ବା ବିଜେଡି ରେ ମିଶିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ହଠାତ ଚର୍ଚା ହେଇଥିଲା କି ଦାମ ବାବୁ ନିଜ ପୁଅ ଝିଅଙ୍କ ଭବିଷ୍ୟତ ପାଇଁ ଚୁପ ରହିବେ

I ଏହାକୁ କିନ୍ତୁ ଭୁଲ ପ୍ରମାଣିତ କଲେ ଏବଂ ବିଜେପି ରେ ଯୋଗ ଦେଲେ I ଦିନେ ଯେଉଁ ବିଜେପି କୁ ବିରୋଧ କରୁଥିଲେ ନବୀନ ଙ୍କୁ ହଟାଇବାକୁ ସେହି ବିଜେପି କୁ ହିଁ ଗ୍ରହଣ କଲେ I

Leave a Reply

Your email address will not be published. Required fields are marked *